ବାନ୍ଧବୀ ସାଜିବେ ବଧୂ : ଜାଗ୍ରତିଙ୍କ ହାତରେ ଅନୁଭବଙ୍କ ମୁଦି ସରିଲା ନିର୍ବନ୍ଧ ,୧୧ରେ ବାହାଘର

ବାନ୍ଧବୀ ସାଜିବେ ବଧୂ : ଜାଗ୍ରତିଙ୍କ ହାତରେ ଅନୁଭବଙ୍କ ମୁଦି ସରିଲା ନିର୍ବନ୍ଧ ,୧୧ରେ ବାହାଘର

ଭୁବନେଶ୍ୱର : ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ  । ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ଦ୍ୱିତୀୟ ଇନିଂସ  । ବାନ୍ଧବୀ ସାଜିଥିବା ଜାଗ୍ରତି ଶୁକ୍ଲାଙ୍କ ହାତ ଧରି ସାତ ଜନ୍ମର ସାଥି ହେବାକୁ ପ୍ରସ୍ତୁତ ହେଉଛନ୍ତି ଅନୁଭବ  । ଆଜି ନିର୍ବନ୍ଧ ସରିଥିବାବେଳେ ଆସନ୍ତା ୧୧ରେ ସେମାନଙ୍କର ବାହାଘର ହେବ  । ଗଣମାଧ୍ୟମ ଡରରେ ରାଜ୍ୟ ବାହାରେ ସେମାନଙ୍କର ବିବାହ ଉତ୍ସବ ହେବବୋଲି ଜାଣିବାକୁ ମିଳିଛି  ।
ଦିଲ୍ଲୀର ଏକ ରିସୋର୍ଟରେ ଉଭୟଙ୍କ ନିର୍ବନ୍ଧ ଓ ହଲଦୀ ସେରିମୋନି ସରିଛି  । ଏହି ଉତ୍ସବରେ ଅନୁଭବ ଓ ଜାଗୃତିଙ୍କ ନିକଟତମ ବନ୍ଧୁବାନ୍ଧବମାନେ ହିଁ ଯୋଗ ଦେଇଥିଲେ  । ସେମାନଙ୍କ ରିଙ୍ଗ ସେରିମୋନିର ଫଟୋକୁ ଜାଗ୍ରତି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି  । ଆସନ୍ତା ୧୧ରେ ଉଭୟଙ୍କ ବିବାହ ହେବ  । ରାଜ୍ୟ ବାହାରେ ହିଁ ସେମାନଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ  । ଗଣମାଧ୍ୟମ ଡରରେ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି  । ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତିଙ୍କ ଆଡ଼କୁ ଆଙ୍ଗୁଳି ଉଠିଥିଲା  । ବର୍ଷା ଓ ଅନୁଭବଙ୍କ ମଧ୍ୟରେ ତାଙ୍କୁ ତୃତୀୟ ବ୍ୟକ୍ତି ବୋଲି ବିବେଚନା କରାଯାଉଥିଲା  । ଏମିତିକି ବର୍ଷା ମଧ୍ୟ ଏଭଳି ଇଙ୍ଗିତ କରିଥିଲେ  । ସେତେବେଳେ ଜାଗୃତି କିନ୍ତୁ ଭଲ ବନ୍ଧୁ କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ  । ତେବେ ଜାଗୃତି ତାଙ୍କର ଜୀବନୀ ଓ ସିନେମାର କାହାଣୀ ଲେଖିବା, ଅନୁଭବଙ୍କ ଘରକୁ ଆସି ରହିବାକୁ ନେଇ ଅନେକ କିଛି ସ୍ପଷ୍ଟ ହୋଇଯାଇଥିଲା  । ବିଶେଷକରି ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା ପରେ ଜାଗୃତିଙ୍କ ସହ ସେ ଦ୍ୱିତୀୟ ଇନିଂସ ଆରମ୍ଭ କରିବା ନିଶ୍ଚିତ ହୋଇଯାଇଥିଲା  ।  ସୂଚନାଯୋଗ୍ୟଯେ, ୨୦୧୪ ଫେବ୍ରୁଆରି ୮ରେ ବର୍ଷାଙ୍କ ସହ ଅନୁଭବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ  । ମାତ୍ର ବିଭିନ୍ନ ସମସ୍ୟାରୁ ଉଭୟଙ୍କର ଛାଡପତ୍ର ହୋଇଥିଲା  । ୨୦୨୩ ଡିସେମ୍ବର ୨୧ରେ ହାଇକୋର୍ଟ ବିବାହ ବିଚ୍ଛେଦକୁ ଅନୁମତି ଦେଇଥିଲେ  ।