ଉପମୁଖ୍ୟମନ୍ତ୍ରୀଙ୍କ ନାମରେ ଆପତ୍ତିଜନକ ପୋଷ୍ଟ

 କାକଟପୁର  : ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସାରା ରାଜ୍ୟରେ ସୁଭଦ୍ରା ହିତାଧିକାରୀ ମାନେ ମା’ ସୁଭଦ୍ରାଙ୍କ ପାଇଁ ଗତ ୭ ତାରିଖରେ ରାଜ୍ୟବାସୀଙ୍କୁ ନିବେଦନ କରିଥିବାବେଳେ ସୋସିଆଲ ମିଡ଼ିଆରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଲେଖି ଶ୍ରୀମତୀ ପରିଡାଙ୍କ ବିରୁଦ୍ଧରେ କିଛି ଆପତ୍ତି ଜନକ ଫଟୋ ଓ ବାର୍ତ୍ତା ପୋଷ୍ଟ କରାଯାଇଥିବା ଖବର ପ୍ରଚାରିତ ହେବାପରେ କାକଟପୁର ଅଞ୍ଚଳର କିଛି ବିଜେପି ଛାମୁଆ କର୍ମୀ କାକଟପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି  । କାକଟପୁର ଥାନାର ଏସଆଇ ଗୌରୀଶଙ୍କର ସେଠୀ ଏତାଲା ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବାପରେ ବିଜେପି କର୍ମୀମାନେ ହଟିଥିଲେ  । ଏ ସମ୍ପର୍କରେ ପୁରୀଜିଲ୍ଲା ସଂଯୋଜକ ରାକେଶ କୁମାର ବିଶ୍ୱାଳ ବିଜେଡିର ବ୍ଲକ ଆଇଟି ସମ୍ପାଦକଙ୍କ ବିରୁଦ୍ଧରେ ଯଦି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହେଲେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି  ।