ମୋବାଇଲ ଆପରେ ମିଳିବ ରାଜସ୍ବ ସେବା

ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟେସନ ଆପ୍ । ଏଣିକି ଗୋଟିଏ ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା । ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତରେ ସୁବିଧା । ଏହି ଆପ୍କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆପ୍ ଦ୍ଵାରା କୌଣସି ସେବା କେନ୍ଦ୍ରକୁ ନଯାଇ ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ । ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି । ଆପ୍ରେ ବିଭିନ୍ନ ପ୍ରକାର ସେବା ପାଇଁ ଆବେଦନ ହୋଇପାରିବ । ବିଭିନ୍ନ ଜାଗଜପତ୍ର ଆଦି ଅନ୍ଲାଇନ୍ରେ ଡାଉନ୍ଲୋଡ୍ କରିହେବ । ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଙ୍ଗ୍, ବ୍ଳକ୍ ହୋଇଥିବା ସ୍ଲଟ ର ସ୍ଥିତି ଜାଣିବା, ଏନ୍କ୍ୟୁମ୍ବ୍ରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ , ପ୍ରମାଣକୃତ ନକଲ ପାଇଁ ଆବେଦନ , ନିଜର ସବ୍ରେଜିଷ୍ଟ୍ରର କାର୍ଯ୍ୟାଳୟ ଜାଣିବା , ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା , ପରିଦର୍ଶକ ମୂଳକ ପଞ୍ଜୀକରଣ ନିମନ୍ତେ ଆବେଦନ ଭଳି ସୁବିଧା ମୋବାଇଲ୍ ଆପରେ ରହିଛି ।