ପ୍ରୋଗ୍ରେସିଭର ସହାୟତା କେନ୍ଦ୍ର ଉଦ୍ଘାଟିତ

  ସମ୍ବଲପୁର : ଗତ ୧୦ ବର୍ଷ ଧରି ୨୦୧୫ରୁ ପ୍ରୋଗ୍ରେସିଭ ସମ୍ବଲପୁର ପକ୍ଷରୁ ସମ୍ବଲପୁର ଜିଲ୍ଲା ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଡେସ୍କ ସେବା ଯୋଗାଇ ଦିଆଯାଉଛି । ଚଳିତ ଶିକ୍ଷାବର୍ଷ ପାଇଁ  ହେଲ୍ପ ଡେସ୍କ(ସହାୟତା କକ୍ଷ) ଉଦ୍ଘାଟିତ ହୋଇଛି । ଏହାକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ-ଜିଏମୟୁ ପୂର୍ବତନ ସଭାପତି ମିଲନ ହୋତା ଉଦ୍ଘାଟନ କରିଥିବାବେଳେ ପୂର୍ବତନ ସାଧାରଣ ସମ୍ପାଦକ ସୁମିତ ପଟେଲ, ପ୍ରୋଗ୍ରିସିଭ ଜିଏମ୍ୟୁର ଆବାହକ ଚୁମନ ପ୍ରଧାନ ହେଲ୍ପ ଡେସ୍କର ପରିଚାଳନା କରିବେ । ଏହି ଅବସରରେ ଛାତ୍ର ନେତା ଶୁଭମ୍ ସାହୁ, ଜସ୍ମନ୍ ପ୍ରଧାନ, ଅଂଶୁମାନ ସାହୁ, କିସ୍ମତ୍ ପାଣ୍ଡେ, କୋମଳ କିସାନ୍, ଆଶିଷ ସିଂ, ଶୁଭମ୍ ତାଣ୍ଡିଆ, ବିଶ୍ୱରୁପ୍ ସାହୁ, ସୁଧାମୟୀ ବାଗ, ଶିବୁ ସେଠ୍,ରୟାଲ ନାଥ, ବିଜୟ କର୍ମାକର, ସୌମ୍ୟଜିତ ତ୍ରିପାଠୀଙ୍କ ସମତେ ଅନ୍ୟାନ୍ୟ ସଦସ୍ୟଗଣ ଉପସ୍ଥିତ ରହିଥିଲେ ।