ଜମିବାଡ଼ି ବିବାଦ ପୁତୁରା ବୋହୂ ମାଡ଼ରେ ଶାଶୂ ଗୁରୁତର, ପୁତୁରା ବୋହୂ ଗିରଫ
ସୋର : ସୋର ବ୍ଲକ କେଦାରପୁର ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ପୁତୁରା ବୋହୁ ମାଡ଼ରେ ଶାଶୁ ଗୁରତର ଆହତ ହୋଇଥିବା ବେଳେ ପୁତୁରା ବୋହୂକୁ ଗିରଫ କରି ସୋର ପୁଲିସ କୋର୍ଟ ·ଲାଣ କରିଛି । କେଦାରପୁର ଗ୍ରାମର ମାଳତୀ ବେହେରାଙ୍କ ଦିଅର ସୁଦର୍ଶନଙ୍କ ସହିତ ଜମିବାଡ଼ି ବିବାଦ ଲାଗି ରହିଥିଲା । ରବିବାର ସକାଳେ ମାଳତୀ ଦୋକାନକୁ ସଉଦା କିଣି ବାକୁ ଯାଉଥିବା ବେଳେ ତାଙ୍କ ପୁତୁରା ବୋହୂ ରଶ୍ମିତା ତାଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଏକ ଠେଙ୍ଗାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ମାଳତୀଙ୍କ ହାତ ଭାଙ୍ଗି ଯିବା ସହିତ ଗୁରୁତର ଆହତ ହୋଇଥିଲେ । ତାଙ୍କ ପୁଅ ସୋର ମେଡ଼ିକାଲରେ ଚିକିତ୍ସା କରାଇବା ପରେ ମାଳତୀ ସୋର ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ୨୭୪/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବୋହୁ ରଶ୍ମିତା ବେହେରାଙ୍କୁ ଗିରଫ କରି କୋର୍ଟ ·ଲାଣ କରିଛି ।