ବିଦ୍ୟାଳୟରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ
ସମ୍ବଲପୁର: ମା' ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରବିବାର ଜାତୀୟ ସେବା ଯୋଜନା ଓ ୟୁଥ୍ ରେଡ୍କ୍ରସ୍ ରେଡ୍ ରିବନ ୟୁନିଟ ପକ୍ଷରୁ ଏଡସ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଶେଷଜ୍ଞ ଭାବରେ ଠେମରା କମ୍ୟୁନିଟି ହେଲ୍ଥ ସେଣ୍ଟରରୁ ଡା. ପ୍ରତାପ ନାଏକ ଓ ଡା.·ନ୍ଦନି ମେହେର ତଥା ଧମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡା. ଅମରନାଥ ଆ·ର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏଡସ୍ ନିରାକରଣ ଉପରେ ଅନେକ ତଥ୍ୟ ପ୍ରଦାନ କରିବା ସହ ସଚେତନ କରାଇଥିଲେ । ସତର୍କତା ଅବଲମ୍ବନ କରିବା ସହ ନିଜେ ସଚେତନ ହେଲେ ଓ ନିଜ ପାରିପାର୍ଶ୍ୱିକ ସମାଜକୁ ସଚେତନ କରାଇଲେ ହିଁ ଏହାର ନିରାକରଣର ବଳିଷ୍ଠ ଉପାୟ ବୋଲି ବିଷେଶଜ୍ଞମାନେ ମତବ୍ୟକ୍ତ କରିବା ସହ ସମାଜରେ ପ୍ରଚଳିତ ଭ୍ରାନ୍ତ ଧାରଣାରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଲ ପ୍ରଧାନ ଯୋଗ ଦେଇଥିଲେ । ଅଧ୍ୟାପକ ସତ୍ୟନାରାୟଣ ଦାଶ, ବ୍ୟାସଦେବ ପଣ୍ଡା ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ରେଡକ୍ରସ୍ ରେଡ୍ ରିବନ ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସ୍ମାରକୀ ମାହାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉଭୟ ରେଡ୍କ୍ରସ ୟୁନିଟ ଓ ଏନଏସ୍ଏସ୍,ରେଡକ୍ରସ ୟୁନିଟର ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଏକ କୁଇଜ ମାଷ୍ଟର ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପଦ୍ମିନୀ ନାଏକ, ନିୟତି ନେଗି, ଅକ୍ଷୟ ମନେ୍ଦାଦରୀ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ରେଡ୍କ୍ରସ୍ ୟୁନିଟର ହେସ୍ନ୍ ବାରିକ, ମୋହିତ କୁମାର ଦଳେଇ, ସୁସ୍ମିତା ମହାନନ୍ଦ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁରଙ୍କ ସଂଯୋଜନାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରି·ଳିତ ହୋଇଥିଲା । ମୌସୁମୀ ଷଢଙ୍ଗୀ, ସୁଶ୍ରୀତ ଷଢଙ୍ଗୀ, ଚୈତନ୍ୟ ସେନାପତି, ଜୀବର୍ଦ୍ଧନ ସେଠ, ପ୍ରମୋଦ ଲହରିଆ, କୁଶ ଲୁହୁରା ପ୍ରମୁଖ କର୍ମ·ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।