ବେଆଇନ ବାଲି ପରିବହନକାରୀ ହାଇୱା ଜବତ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନାଧିକାରୀ କମଳାକାନ୍ତ ଦାସଙ୍କ ନେତୃତ୍ୱରେ ପୁଲିସ ଦଳ ଗତ ଶନିବାର ରାତ୍ରରେ ୫ଟି ବେଆଇନ ବାଲି ପରିବହନକାରୀ ହାଇୱା ଜବତ କରିଥିବା ଜଣାଯାଇଛି । ୧୬ ଜାତୀୟ ରାଜପଥର ଭାଗଡା-ନାରାୟଣପୁର ଟୋଲଗେଟ ନିକଟରେ ସଂପୃକ୍ତ ହାଇୱାଗୁଡିକ ଯାଞ୍ଚ କରାଯାଇଥିଲା । ମାତ୍ର ବାଲି ପରିବହନ ପାଇଁ କୌଣସି ବୈଧ କାଗଜପତ୍ର ନଥିବାରୁ ହାଇୱା ଗୁଡିକୁ ଜବତ କରାଯାଇଥିଲା । ଓଡି ୦୧ ଏଟି ୮୮୫୫, ଓଡି ୨୨ ଏଏ ୬୬୩୩, ଓଡି ୦୧ ଜେଡ ୭୨୧୧, ଓଆର ୨୨ ଇ ୮୭୬୬ ଏବଂ ଓଡି ୦୧ ଏନ ୩୬୦୦ ନଂ ହାଇୱାଗୁଡିକୁ ଜବତ କରାଯାଇ ଥାନାରେ ରଖାଯିବା ସହ ସଂପୃକ୍ତ ହାଇୱା ଚାଳକଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଏ ସମ୍ପର୍କରେ ଥାନାରେ ୨୩୩/୨୫ନଂ ମାମଲା ଋଜୁ କରାଯାଇଛି ।