ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଗରେ ଗୁରୁଜୀ ଗୁରୁମାଙ୍କ ଧାରଣା
ଭଦ୍ରକ : ଭଦ୍ରକ ଟାଉନରେ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପୁଣି ବିବାଦ ଦେଖା ଦେଇଛି । ଏହି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆଜି ଗୁରୁଜୀ ଗୁରୁମା ମାନେ ବିଦ୍ୟାଳୟ ସମୁଖରେ ଧାରଣା ଦେଇଥିଲେ । ଶିକ୍ଷାଦାନ ଛାଡି ଗୁରୁଜୀ ଗୁରୁମା ମାନେ ଧାରଣାରେ ବସିବା ପରେ ପାଠ ପଢା ଠପ ହୋଇଯାଇଛି । ତେବେ ଏହି ବିଦ୍ୟାଳୟର ପ୍ରଧାନ ଆଚ୍ଚାର୍ଯ୍ୟ ବିଭିନ୍ନ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ରହୁଛନ୍ତି । ତାଙ୍କ ମନମୁଖୀ କାର୍ଯ୍ୟ ଅତିଷ୍ଟ ହେଲାଣି । ତେଣୁ ତୁରନ୍ତ ପ୍ରଧାନ ଆଚାର୍ଯ୍ୟକୁ ହଟାଇ ଦିଆଯାଉ ନଚେତ ସେମାନେ ଏଭଳି ଆନେ୍ଦାଳନ ଜାରି ରଖିବେ ବୋଲି କହିଥିଲେ । ଅନ୍ୟ ପକ୍ଷରେ ପ୍ରଧାନ ଆଚାର୍ଯ୍ୟ କହିଛନ୍ତି ଯେ ଏହି ବିଦ୍ୟାଳୟ ରେ ୬ ବର୍ଷ ହେଲା ରହିଲେଣି । କିଛି ଅଭିଯୋଗ ନ ଥିଲା କେତେକ ଗୁରୁଜୀ ଗୁରୁମା ଅନେକ କାର୍ଯ୍ୟରେ ଅବହେଳା କରୁଥିଲେ । ତାଗିଦ କରିବାରୁ ସେମାନେ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି । ଖବର ପାଇ ପରିଚାଳନା କମିଟି କର୍ମକର୍ତ୍ତା ମାନେ ପହଞ୍ଚି ଧାରଣାରେ ବସିଥିବା ଗୁରୁଜୀ ଗୁରୁମା ମାନଙ୍କ ସହିତ ଆଲୋଚନା କରିବା ପରେ ଧାରଣାରୁ ଉଠିଥିଲେ ।