ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳି କରି ଯୁବକ ଗିରଫ 

ବାଲିଅନ୍ତା: ବାଲିଅନ୍ତା ପୁଲିସ୍ ଅଭିଯୋଗକାରୀ ହରେକୃଷ୍ଣ ଦାସଙ୍କ ଅଭିଯୋଗ ଆଧାରରେ୫୬୫/୨୪ ମାମଲା ରୁଜୁ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି  ।  ସେ ହେଲେ ବେଣ୍ଟପୂର୍ ଶାସନ ଗ୍ରାମର ସନ୍ଦୀପ କୁମାର ସାହୁ (୨୭)ଓରଫ ଲିଟୁ ।  ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ  ସନ୍ଦୀପ ମଦ୍ୟପାନ କରି ବେଣ୍ଟପୁର ଶାସନ ବଜାର କମିଟି ଲୋକ ମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ  । ଅଭିଯୁକ୍ତ ଜଣକ ଉକ୍ତ ବଜାର ସ୍ଥିତ ଅନେକ ଦୋକାନରୁ ବକେୟା କରିଥିଲେ ଓ ଟଙ୍କା ଦେଉନଥିଲେ  । ଏହି ଘଟଣା ପୂର୍ବରୁ ୩ ରୁ ୪ ଥର ପିସିଆର ସନ୍ଦୀପଙ୍କୁ ଚେତାବନୀ ଦେଇଥିଲେ ଓ ଅଭିଯୁକ୍ତ ଜଣକ ବଜାର କମିଟି ଲୋକମାନଙ୍କୁ କ୍ଷମା ପାର୍ଥନ ମଧ୍ୟ କରିଥିଲେ  । ଏହି ଘଟଣା ପରେ ଅଭିଯୁକ୍ତ ଜଣକ ବଜାରରେ ଥିବା ଦୋକାନ ଗୁଡିକରେ କ୍ଷୟକ୍ଷତି କରିଥିଲେ । ବଳପୂର୍ବକ ଦାଦା ବଟି ମାଗିବା ସହ ତାଙ୍କ ବିରୁଦ୍ଧରେ ଆଇନର ଦ୍ୱାରସ୍ତ ନହେବାପାଇଁ ଧମକ ମଧ୍ୟ ଦେଇଥିଲେ  । ବଜାର କମିଟି କତୃପକ୍ଷ ମାନେ ସେମାନଙ୍କର ବ୍ୟବସାୟ ଶାନ୍ତିପୂର୍ଣ ଭାବରେ କରିବାକୁ ଚାହୁଁଥିବାରୁ ଉକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଲିଅନ୍ତା ଥାନା ରେ ଅଭିଯୋଗ କରିଥିଲେ  । ପୁଲିସ ମାମଲାର ତଦନ୍ତ କରିବା ସହ  ସନ୍ଦୀପଙ୍କୁ ଗିରଫ କରି ଥାନାକୁ ଆଣିଥିଲେ  । ପଚରା ଉଚରା ବେଳେ ସନ୍ଦୀପ  ନିଜର ଅପରାଧ ସ୍ୱୀକାର କରିଥିଲେ  । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି  ।