୬୫ତମ ପୋଲିସ ସହିଦ୍ ସ୍ମୃତି ଦିବସ ଅନୁଷ୍ଠିତ
khurda news

ଖୋର୍ଦ୍ଧା : ସ୍ଥାନୀୟ ତରତୁଆ ରିଜର୍ଭ ପୋଲିସ ପଡିଆ ପରିସରରେ ସୋମବାର ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ୬୫ତମ ପୋଲିସ ସହିଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷିକା ସାଗରିକା ନାଥ ଯୋଗ ଦେଇ ସହୀଦ୍ ସ୍ମୃତି ସ୍ମାରକୀରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପରେ ପ୍ୟାରେଡ୍?ରେ ଅଭିବାଦନ ଗ୍ରହଣ କରିବା ସହିତ ପୋଲିସ ସହିଦ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପାଠ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ସମସ୍ତ ପୋଲିସ ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ଥାନାଧିକାରୀ ଯୋଗ ଦେଇଥିଲେ । ୧୯୬୦ ମସିହା ଜାନୁୟାରୀ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ପୋଲିସ ଆଇ.ଜି.ମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଅକ୍ଟୋବର ୨୧ ତାରିଖରୁ ପ୍ରତି ବର୍ଷ ଦେଶର ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ପୋଲିସ ସହିଦ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ।