ବିଜେପିର ସାମ୍ବାଦିକ ସମ୍ମିଳନୀ 

 ବରୀ: ଯାଜପୁର ବିଜେପି କାର୍ଯ୍ୟକାରୀ ସଭାପତିଅତୋଷ ପରିଡ଼ା ରନôଗିରି ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି  । ଶ୍ରୀ ପରିଡ଼ାଙ୍କ ସୂଚନା ମୁତାବକ, ବିଜେଡି ସରକାରର ଯିଏ ନେତୃତ୍ୱନେଉଥିଲେ ସିଏ ୩ଶହ ବର୍ଷର ହାଟକୁ ନିଜ ବାହୁବଳରେଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉଦ୍ୟମ କରିଥିଲେ । ସରକାରବଦଳିବା ପରେ ଲୋକେ ମୁହଁ ଖୋଲିଲେ । ଭାରତୀୟ ଜନତାପାର୍ଟି ସରକାର ମା' ବିରଜାଙ୍କ ପ୍ରକଳ୍ପକୁ ବିରୋଧ କରୁ ନାହାନ୍ତି ।ପ୍ରକଳ୍ପ ନିର୍ମାଣ ପରେ ଅବଶିଷ୍ଟଶ ସ୍ଥାନରେ ହାଟ ଚାଲୁ ବୋଲିଆମେ ଚାହୁଁଛୁ । ଯୋଜନାବଦ୍ଧ ଭାବେ ଆନେ୍ଦାଳନ କରାଯାଇଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାକୁ ବରୀ ବିଜେପିପକ୍ଷରୁ ନିନ୍ଦା କରାଯାଉଛି ବୋଲି ଶ୍ରୀ ପରିଡ଼ା କହିଥିଲେ ।ବିଜେଡି ଯାଜପୁରରେ ଅରାଜକତା ସୃଷ୍ଟି କରୁଛି । ଆଇନକୁଆଇନ ବାଟରେ ଯିବାକୁ ଦିଅଯାଉ ।ବିଞ୍ଝାରପୁର ବିଧାୟିକା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ହାସ୍ୟାସ୍ପଦ କ୍ଷରନôଗିରିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପର୍ବତନ ଜିଲ୍ଲାପରିଷଦ ରବୀନ୍ଦ୍ର ଜେନା,ମନୋଜ ମହାପାତ୍ର, ଅଭୟ କୁମାର ନାୟକ, ଅଭୟ କୁମାର ପଲ୍ଲାଇ,ରବିନ୍ଦ୍ର ଶତପଥୀ, ପୂର୍ବତନ ସରପଞ୍ଚ ଅଶୋକଜେନା, ସୌଭାଗ୍ୟ ରଞ୍ଜନ ଦାସ, ଚିତ୍ତରଞ୍ଜନ ଜେନା,  ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।