ବରିଷ୍ଠ ନାଗରିକ ମଞ୍ଚର ବୈଠକ
ରାଜନଗର: ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଶୈ÷ଳେନ୍ଦ୍ରନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ବୈ÷ଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ବସନ୍ତକୁମାର ହାତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈ÷ଠକରେ ଉପଦେଷ୍ଟା ସ୍ତମ୍ଭକାର ନିରଂଜନ ଶତପଥୀ ଯୋଗଦେଇ ମଞ୍ଚର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସମସ୍ତ ସଭ୍ୟମାନେ ଭିନ୍ନ ଭିନ୍ନସ୍ତରରେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ନାଗରିକମାନଙ୍କୁ ପୋଲିସ ପକ୍ଷରୁ କିପରି ପ୍ରମାଣପତ୍ର ପ୍ରଦାନ କରାଯିବ, ସେନେଇ ବୈ÷ଠକରେ ଆଲୋଚନା କରାଯାଇଥିଲା । ବାର୍ଷିକ ସାଧାରଣ ବୈ÷ଠକ ପାଇଁ ଆସନ୍ତା କାର୍ଯ୍ୟକାରୀ ପରିଷଦରେ ନିଷ୍ପତି ନିଆଯିବା ପାଇଁ ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିପ୍ରଚରଣ ବେହୁରା, ଅନିଲକୁମାର ରାଉତ, ଅର୍ଜୁନଚରଣ ସ୍ୱାଇଁ, ଜଗନ୍ନାଥ ମହାନ୍ତି, ରବିନାରାୟଣ ମହାନ୍ତି, ଅଭିରାମ ପତି, ଭୀମସେନ ସିଂ, ରାଜେନ୍ଦ୍ରପ୍ରସାଦ ବିଶ୍ୱାଳ, ରମେଶଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତକୁମାର ସାହୁ, ସୁକାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।