ମା କାଳିକା ମେଳଣର ପ୍ରସ୍ତୁତି ବୈଠକ
ଜଟଣୀ : ଆସନ୍ତା ବୁଧବାର ଦିନ ହେବାକୁ ଥିବା "ମା କାଳିକା 'ମେଳଣର ପ୍ରସ୍ତୁତି ବୈଠକ କୁସୁମାଟି ଗ୍ରାମର "କପାଳ ଲୋଚନ' ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଏହି ମେଳଣ ବିଗତ ୧୬୪୨ ମସିହାରୁ ଗ୍ରାମର ପ୍ରତେକ୍ଷ ଠାକୁରାଣୀ ମାଟକାଳିକା ଦେବୀଙ୍କ ସ୍ୱପ୍ନାଦେଶରେ ପାଳିତ ହୋଇ ଆସୁଛି ବାଲି ମେଳଣ କମିଟି ସମ୍ପାଦକ ବେଣୁଧର ବେହେରା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଏହି ମା’ଙ୍କ ପୀଠରେ ଥାନପତି ରୂପେ ଗ୍ରାମର ଭାଗବତ ବାସୁଦେବଙ୍କୁ ବିମାନରେ ସୁସଜିତ କରି ପାରମ୍ପରିକ ବାଦ୍ୟ, ଡିଜେ ଏବଂ ଆତସ ବାଜିରେ ହଜାର ହଜାର ଭକ୍ତଙ୍କ ସମାଗମରେ ନିମନ୍ତ୍ରଣ କରି ଦୋଳମଣ୍ଡପରେ ସ୍ଥାପନ କରାଯାଇ ୩ ଦିନ ଧରି ଅବିର ଖେଳସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ମେଳଣ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ବୈଠକରେ ସଭାପତି ସଂଗ୍ରାମ କେଶରୀ ରାଉତରାୟ, ଶ୍ରୀବତ୍ସ ଜେନା, ସୁନୀଲ ରାଉତରାୟ, ମାନସ ବେହେରା, ସରପଞ୍ଚ ସୁଭାଷିନୀ ବିଶ୍ୱାଳ, ସମିତି ସଭ୍ୟା ସତ୍ୟଭାମା ରାଉତରାୟ, ଦିଲ୍ଲୀପ ନାୟକ, ବୀରକିଶୋର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।