‘ଭିତ୍ତିଭୂମି ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରୁଛି ପ୍ରଗତି ପ୍ଲାଟଫର୍ମ’
ଭୁବନେଶ୍ୱର: ଭାରତର ପ୍ରଗତି ପ୍ଲାଟଫର୍ମ ଦେଶରେ ବୃହତ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବାର ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି । ବିଶ୍ୱର ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ଅକ୍ସଫୋର୍ଡର ସୈଦ ବିଜନେସ୍ ସ୍କୁଲ୍ ପକ୍ଷରୁ କରାଯାଇଥିବା ଏକ ସଦ୍ୟତମ ଅଧ୍ୟୟନରୁ ଏହା ଜଣାପଡିଛି । ଆଜି ଆଇଆଇଏମ ବାଙ୍ଗାଲୋରରେ ଠାରେ ଏହି ଅଧ୍ୟୟନକୁ ଉନ୍ମୋଚନ କରାଯାଇଛି । ଗେଟ୍ସ ଫାଉଣ୍ଡେସନ ସହାୟତାରେ କରାଯାଇଥିବା ଏହି ଗବେଷଣାରୁ ଜଣାପଡିଛି ଯେ, ଅଭିନବ ଡିଜିଟାଲ ପ୍ରଶାସନ ଦ୍ୱାରା ଭାରତରେ ୨୦୫ ବିଲିୟନ ଡଲାର ମୂଲ୍ୟର ୩୪୦ଟି ପ୍ରକଳ୍ପର କାର୍ଯ୍ୟକାରିତା ତ୍ୱରାନ୍ୱିତ ହୋଇଛି । ପ୍ରଗତିର ମୂଳ ବିଶେଷତ୍ୱ ହେଉଛି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି । ସାଧାରଣତଃ ମାସକୁ ଥରେ ହେଉଥିବା ଭିଡିଓ କନଫରେନ୍ସିଂ ବୈଠକରେ ସେ ରାଜ୍ୟଗୁଡିକର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ସମୀକ୍ଷା କରୁଛନ୍ତି । ଶୀର୍ଷ ନେତୃତ୍ୱଙ୍କ ସମ୍ପୃକ୍ତି ଓ ଡିଜିଟାଲ ସମୀକ୍ଷା ଉପକରଣ ସହ ମିଶି ଜାରି ରହିଥିବା ଏହି କାର୍ଯ୍ୟ ଉତ୍ତରଦାୟିତ୍ୱର ଏକ ନୂଆ ସଂସ୍କୃତି ସୃଷ୍ଟି କରିଛି । ଭିତ୍ତିଭୂମି ଯୋଜନା ପାଇଁ ପିଏମ ଗତି ଶକ୍ତି ଏବଂ ପରିବେଶ ମଞ୍ଜୁରୀ ପାଇଁ ପରୀଭେଶ ସମେତ ଏକ ବିସ୍ତୃତ ଇକୋସିଷ୍ଟମ ମଧ୍ୟରେ ପ୍ରଗତି କାର୍ଯ୍ୟ କରୁଛି । ପ୍ରଗତି ପ୍ଲାଟଫର୍ମର ପ୍ରଭାବ ଭିତ୍ତିଭୂମି ଠାରୁ ଆଗକୁ ବଢି ସାମାଜିକ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ପ୍ରଗତି ଏକ ନିରପେକ୍ଷ ମଞ୍ଚ ସୃଷ୍ଟି କରିଛି ଯେଉଁଠାରେ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୈତିକ ସଂପୃକ୍ତି ନିର୍ବିଶେଷରେ ମିଳିତ ଭାବେ କାର୍ଯ୍ୟ କରନ୍ତି ।
କୁକର୍ମ ଅଭିଯୋଗରେ ଜଣେ ଗିରଫ