ସାମ୍ବାଦିକ ଦିଲୀପ ପଟ୍ଟନାୟକ ସମ୍ବର୍ଦ୍ଧିତ
ମାଲକାନଗିରି: ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଚିକିସôାଳୟରେ ଭର୍ତ୍ତି କରାଇ ସେମାନଙ୍କ ଜୀବନ ବଞ୍ଚାଇ ପୁରସ୍କୃତ ହେଲେ ସାମ୍ବାଦିକ ଦିଲୀପ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଅନେକ ସମୟରେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ଚିକିସôା ପାଇଁ ଚିକିସôାଳୟକୁ ନେଇଥାନ୍ତି । ସବୁବେଳେ ତାଙ୍କର ଏହି ଗୁଣ ପାଇଁ ସେ ବେଶ ପ୍ରଶଂସାର ପାତ୍ର ହୋଇଥିବା ବେଳେ ବିଗତ ଦିନରେ ସେ ସଡକ ଦୁର୍ଘଟଣାରେ ଆହତ୪ ଜଣ ବ୍ୟକ୍ତିଙ୍କୁ ସଠିକ ସମୟରେ ଉଦ୍ଧାର କରି ଚିକିସôାଳୟ ନେଇଥିବାରୁ ସେମାନଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । ଯାହାକୁ ନେଇ ଆଜି ଶ୍ରୀ ପଟ୍ଟନାୟକଙ୍କୁ ଜିଲ୍ଲା ସଦରରେ ଥିବା ଡିଆରଡିଏ କାର୍ଯ୍ୟଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଏସପି ବିନୋଦ ପାଟିଲ ଓ ଅନ୍ୟ ବିଭାଗୀୟ ଅଧିକାରିଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ ସହ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରଯାଇଥିଲା । ଜିଲ୍ଲା ଉକôଳ ସାମ୍ବାଦିକ ସଂଘ ଓ ଜିଲ୍ଲା ଲୟର୍ସ ଆସୋସିଏସନ ପକ୍ଷରୁ ଦିଲୀପ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ଆଗକୁ ଏପରି ମହତ କାର୍ଯ୍ୟ ଜାରି ରଖିବା ପାଇଁ ଉସôାହିତ କରଯାଇଥିଲା ।