୩ ହାର୍ଡକୋର ମାଓବାଦୀ ଗିରଫ
ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଛି ବଡ ସଫଳତା । ଚିନ୍ତଲନାଡ ଜଙ୍ଗଲରେ ସିଆରପିଏଫ ଜବାନଙ୍କ ପକ୍ଷରୁ କୁମିଂ ଅପରେସନ ଚାଲିଥିବା ବେଳେ ତିନି ଜଣ ହାଡକୋର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କୁ ଦେଖି ଦୌଡି ପଳାଉଥିବା ବେଳେି ତିନି ଜଣ ମାଓବାଦୀଙ୍କୁ ମାଡି ବସିଥିଲେ ଜବାନ । ପରେ ଏମାନଙ୍କୁ ସୁକୁମା ଏସପି କିରଣ ଚୌହାନଙ୍କ ପାଖରେ ହସ୍ତାନ୍ତର କରାଯାଇଛି । ଡିକେଏମଏସ ଅଧକ୍ଷ ମାଡକାମ ଭିମାଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ମିଲିସିଆ କମାଣ୍ଡର ମାଡକାମ ଲକ୍ଷ୍ମା ଓ ହେମଲା ନନ୍ଦାଙ୍କ ମୁଣ୍ଡ ଉପରେ ଏକ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସାଧାରଣ ଆଦିବାସୀ ଲୋକଙ୍କୁ ହତ୍ୟା କରିବା ସହ ବିଭିନ୍ନ ହିଂସା କାଣ୍ଡରେ ଜଡିତ ଥିବା ଏହି ତିନି ଜଣ ମାଓବାଦୀ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୁକୁମା ଏସପି କହିଛନ୍ତି ।