ଚୋରି ଘଟଣାରେ ଅଭିଯୁକ୍ତ ଗିରଫ 

 ନାଉଗାଁ: ନାଉଗାଁ ଥାନା ଅଞ୍ଚଳର ଓଡ଼ପଏଙ୍ଗା ଗ୍ରାମର ଅଂଶୁମାନ ବେହେରା ଘରେ କେହି ନଥିବା ସମୟରେ ତାଙ୍କ ଘର ସ୍କାୟଲାଇଟ ଭାଙ୍ଗି ଭିତରେ ପଶି ଲ୍ୟାପଟପ, ମୋବାଇଲ, ପାୱାର ବ୍ୟାଙ୍କ, ପମ୍ପସେଟ, ଗଡ଼ରେଜ ଭାଙ୍ଗି  ଚୁଡି ଓ ଅନ୍ୟାନ ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇଥିବା ନେଇ ଅଂଶୁମାନ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ କରଥିଲେ, ନାଉଗାଁ ପୋଲିସ ଏହି ଘଟଣାକୁ ଆଧର କରି ୨/୨୦୨୪ ଗୋଟେ କେଶ ଦାୟର କରି ଘଟଣାର ତଦନ୍ତ ପରେ ଏଥିରେ ସମ୍ପୃକ୍ତ ଥିବା ସେହି ଗ୍ରାମର ଅଭିଯୁକ୍ତ ଶରତ ଦାସଙ୍କ ପୁଅ ମନୋରଞ୍ଜନ ଦାସ (ମନୋଜ) କୁ ପୋଲିସ ଗିରଫ କରିଛି ।