ଫେରାର ବ୍ରାଉନସୁଗାର ବେପାରୀ ୨ ଅଭିଯୁକ୍ତ ଗିରଫ

 ଭଦ୍ରକ: ପୁଲିସ ହାତରୁ  ପୁର୍ବରୁ ଧରା ପଡ଼ି ଖସି ଯାଇଥିବା ବ୍ରାଉନସୁଗାର ବେପାର କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ପୁଲିସ  । ଟାଉନ ଥାନାରେ ପ୍ରେସ ମିଟରେ ସୂଚନା ଦିଆଯାଇଛି ଯେ  ତାଙ୍କ ଠାରୁ ୨ ଲକ୍ଷ ଚାଳିଶ ହଜାର ଟଙ୍କା ଓ ମୋବାଇଲ ମଧ୍ୟ ଜବତ କରିଛି ପୁଲିସ । ପୂର୍ବରୁ ଏହି ଅଭିଯୁକ୍ତ ମଧ୍ୟ ଏସଟିଏଫ ପଞ୍ଜାରେ ପଡ଼ିଥିଲେ । ତେବେ ପୂର୍ବରୁ ଭଦ୍ରକ ପୁଲିସ ବ୍ରାଉନ ସୁଗାର ଧରି ଚରମ୍ପା ଅଞ୍ଚଳରୁ ଯେଉଁ ଦୁଇ ଭାଇଙ୍କୁ ଗିରଫ କରିଥିଲା ସେତେବେଳେ  ସହଯୋଗୀ ମାନେ ଖସି ଯାଇଥିଲେ । ଭଦ୍ରକ ଏସପିଙ୍କ ସ୍ୱତନ୍ତ୍ର ସ୍କ୍ୱାଡ ଓ ଟାଉନ୍ ପୁଲିସ ଦୁଇ ଜଣଙ୍କୁ ଖୋଜୁଥିଲା  । ତେବେ ଏହି ଦୁଇ ଅଭିଯୁକ୍ତ ବ୍ରାଉନ ସୁଗାର ବିକ୍ରି କରି ଟଙ୍କା ନେଇ ଫେରୁଥିବା ବେଳେ ଆଜି ବନ୍ତ ଛକ ନିକଟରେ ଟାଉନ ପୁଲିସ ମାଡ଼ି ବସିଥିଲା  । ଗିରଫ ଦୁଇ ଜଣ ହେଲେ ପୁରୁଣା ବଜାର ଥାନା ଅଧୀନ ଛଡାକମହଲାର ଗୁଲିସ୍ଥାନ ଖାନ ଓରଫ ଛୋଟୁ ଓ ସରକାର ନଗରର ଏସ କେ ଆବିଦ ଓରଫ ଜ୍ୟୋତି ବୋଲି ପୁଲିସ ସୂଚନା ଦେଇଛି । ଦୁଇ ଅଭିଯୁକ୍ତଙ୍କ ନିକଟରୁ୨ ଲକ୍ଷ ୪୦ ହଜାର ନଗଦ ଟଙ୍କା, ୫ ଟି ମୋବାଇଲ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ୍ ହୋଇଛି  । ଭଦ୍ରକର  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି  ।