ତିରୁପତି ଲଡୁ ବିବାଦ; ୪ ଗିରଫ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ତିରୁପତି ଲଡୁ ଅପମିଶ୍ରଣ ବିବାଦ ଘଟଣାରେ ‘ସିବିଆଇର ବଡ଼ ଆକ୍ସନ । ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିବା ବିଭିନ୍ନ କମ୍ପାନୀର ୪ଜଣଙ୍କୁ ଗିରଫ କଲା ସିବିଆଇ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏଆର.ଡେରୀ (ତାମିଲନାଡୁ), ପରାଗ ଡାଏରୀ (ଉତ୍ତର ପ୍ରଦେଶ), ପ୍ରିମିୟର ଏଗ୍ରି ଫୁଡ୍ସ ଏବଂ ‘ଆଲଫା ମିଲ୍କ ଫୁଡ୍ସ’ ସମେତ ଘିଅ ଯୋଗାଣକାରୀ ସଂସ୍ଥାର ବ୍ୟକ୍ତିବିଶେଷ ଅଛନ୍ତି ।ଟିଡିପି ରାଜ୍ୟ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମନ୍ଦିରକୁ ଘିଅ ଯୋଗାଣ ନିୟମର ଉଲ୍ଲଂଘନ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି । ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି । ବୈଷ୍ଣବୀ ଡାଏରୀର ପ୍ରତିନିଧିମାନେ ଘିଅ ଯୋଗାଣ ପାଇଁ ଏଆର ଡାଏରୀ ନାମରେ ଟେଣ୍ଡର ହାସଲ କରିଥିଲେ । ବୈଷ୍ଣବୀ ଡାଏରୀ ଟେଣ୍ଡର ପ୍ରକ୍ରିୟାକୁ ହେରାଫେରି କରିବା ପାଇଁ ଏଆର ଡାଏରୀ ନାମ ବ୍ୟବହାର କରି ମିଛ ଡକ୍ୟୁମେଣ୍ଟ୍ ଏବଂ ସିଲ୍ ତିଆରି କରିଥିଲା । ବୈଷ୍ଣବୀ ଡେରୀ ରୁରକିର ଭୋଲେ ବାବା ଡାଏରୀରୁ ଘିଅ ଆଣୁଥିବା ନକଲି ରେକର୍ଡ ତିଆରି କରି ଦାବି କରିଥିଲା ।