ଆଜି ଶପଥ ନେବେ ଓମାର ଅବଦୁଲ୍ଲା

ଆଜି ଶପଥ ନେବେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ:  କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବା ପରଠାରୁ ଆଜି ଜମ୍ମୁ-କଶ୍ମୀର ପାଇବାକୁ ଯାଉଛି ପ୍ରଥମ ମୁଖ୍ୟମନ୍ତ୍ରୀ। ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଦିନ ସାଢେ ଏଗାରରେ ଶପଥ ନେବେ ନବନିର୍ବାଚିତ ବିଧାୟକ ଓମାର ଅବଦୁଲ୍ଲା। କଂଗ୍ରେସ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶପଥ ସମାରୋହରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।
କିନ୍ତୁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ (ଏନସି) ମିଳିତ ଭାବେ ସରକାର ଗଠନ କରୁଥିଲେ ମଧ୍ୟ କଂଗ୍ରେସ ମନ୍ତ୍ରୀମଣ୍ଡଳରେ ରହିବ ନାହିଁ।ଦଳକୁ ଗୋଟିଏ ମନ୍ତ୍ରୀ ପଦ ଅଫରେ କରାଯାଇ ଥିଲେ ମଧ୍ୟ କଂଗ୍ରେସ ଏହାକୁ ମନା କରିଦେଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। 
ପ୍ରକାଶ ଥାଉକି, ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିବା ପରେ ପ୍ରଥମ କରି ବିଧାନସଭା ଅନୁଷ୍ଠିତ ହୋଇଛି। ସେପ୍ଟେମ୍ବରରେ ତିନୋଟି ପର୍ୟ୍ୟାୟରେ ନିର୍ବାଚନ ପରେ ଅକ୍ଟୋବର ୮ରେ ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ନ୍ୟାସନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସ ମିଳିତ ଭାବେ ୪୯ଟି ଆସନରେ ବିଜୟୀ ହୋଇଥିଲେ।