ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରି ପ୍ରେମିକ ଗିରଫ
ଆନନ୍ଦପୁର: ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତର ଫଟୋ ଉଠାଇ ତାହାକୁ ଭାଇରାଲ କରିବା ଅଭିଯୋଗରେ ଆନନ୍ଦପୁର ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ଥାନା ମାମଲା ନଂ ୩୦୯/୨୫ରେ କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଘସିପୁରା ଥାନା ଅନ୍ତର୍ଗତ କଇନିପୁରା ଗ୍ରାମର ବିଟୁନୁ କୁମାର ପୁହାଣ ହୋଇଥିବା ବେଳେ ପୁଲିସ ତାକୁ କୋରାପୁଟର ଦାମନଯୋଡି ଅଂଚଳରୁ ଗିରଫ କରିଥିଲା । ସୂଚନା ଅନୁଯାୟୀ ବିଟୁନୁ ମୋଚିନ୍ଦା ଗ୍ରାମର ସୁକୁମାରୀ (ଛଦ୍ମନାମ ) ନାମକ ଯୁବତୀ ସହିତ ପ୍ରେମ ସମ୍ପର୍କ ଗଢିଉଠିଲା । ଏହାର କିଛି ଦିନ ପରେ ସୁକୁମାରୀର ପ୍ରେମିକ ବିଟୁନ ସହିତ ଥିବା ଦୁର୍ବଳ ଭାବନାର ଫାଇଦା ଉଠାଇ ତା ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ଅଜାଣତରେ ଏହାର ଭିଡିଓ କରି ଭାଇରାଲ କରିଥିଲା । ଗତ ତା୩୦ା୧୧ା ୨୦୨୪ରେ ୯୫୫୬୬ ୩୪୪୦୧ ମୋବାଇଲ ନମ୍ବରରୁ ହ୍ୱାଟ୍ସଅପ ମାଧ୍ୟମରେ ଅନେକ ପ୍ରେମିକାର ଅଶ୍ଳୀଳ ଫଟୋ ସବୁ ନକଲି ଇନଷ୍ଟଗ୍ରାମ ଏକାଉଂଟ ଶ୍ରୀ ଶ୍ରୀ ୭୭୨୩ତିଆରି କରି ପ୍ରେମିକାର ବନ୍ଧୁ ଏବଂ ଆତ୍ମୀୟ ସ୍ୱଜନ ମାନଙ୍କୁ ଫଟୋ ସବୁ ପଠାଇଥିଲା । ପ୍ରେମିକା ଏହା ଜାଣିବା ପରେ ଆନନ୍ଦପୁର ଥାନାରେ ଗତ ତା୧ା୧୨ା୨୦୨୪ରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା । ତେବେ ଫେରାର ଅଭିଯୁକ୍ତକୁ ଗିରଫ ପରେ ପୁଲିସ ଦଫା ୨୯୪(୧)/୩୩୬(୧)/୩୩୬(୪)/୩୫୬ରେ କୋର୍ଟ ଚାଲାଣ କରିଛି ।