ଅଖିଳ ଭାରତୀୟ ଦୁଃଖି ସମାଜ ପକ୍ଷରୁ ହଜ୍ ତୀର୍ଥଯାତ୍ରୀଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ : ଭଦ୍ରକ ଅଖିଳ ଭାରତୀୟ ଦୁଃଖୀ ସମାଜ ଆନୁକୂଲ୍ୟରୁ ପୁରୁଣା ବଜÿାର ସ୍ଥିତ ଦୁଃଖୀ ସମାଜ କାର୍ଯ୍ୟାଳୟ ଠାରେ ରାତ୍ରି ୯. ୩୦ ଘଟିକା ସମୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଅଖିଳ ଭାରତୀୟ ଦୁଃଖୀ ସମାଜର ସମ୍ପାଦକ ଇଂ. ରେଜାଏ ରସୁଲଙ୍କ ଅଦ୍ଧକ୍ଷତାରେ ଆରମ୍ଭ ହୋଇଥିଲା ।
ଅଖିଳ ଭାରତୀୟ ଦୁଃଖୀ ସମାଜର ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଧ୍ୟାପକ ଇଂ. ସକିଲୁଜÿ ଜମା ଖାନ ଓ ତାଙ୍କ ସ୍ତ୍ରୀ ଇଂରାଜୀ ମିଡିୟମ ସ୍କୁଲର ଅଧକ୍ଷ ତାଜୁଆର ବେଗମ ଚଳିତ ମେ ମାସ ୨୦ ରୁ ୩୦ ତାରିଖ ଭିତରେ ହଜ ତୀର୍ଥ କରିବାକୁ ଭଦ୍ରକରୁ ସାଉଦି ଆରବ ଅଭିମୁଖେ ବୀମାନ ଯୋଗେ ଯାତ୍ରା କରିବେ । ଏହି ସଭାରେ ପ୍ରଥମେ ମାଷ୍ଟର ମୁସ୍ତାକ ଗୌହର ଓ ଅବଦୁଲ ଦୟାନ ଜିଆଙ୍କ ମିଲାଦ ସରିଫ ରୁ ଆରମ୍ଭ ହୋଇଥିଲା, ଏହା ପରେ ଫାତେହାଖାନୀ (ଶିରିଣୀ ଭୋଗ) ସରିଲା ପରେ ଭଦ୍ରକ ଜମା ମସଜିଦର ଏମାମ ହାଫିଜÿ ଓ କାରୀ ମହମ୍ମଦ ସାଦିକ ହୋସେନଙ୍କ ଉପସ୍ଥିତରେ ହଜ ତୀର୍ଥଯାତ୍ରୀଙ୍କୁ ନୂଆ ବସ୍ତ୍ର ଓ ଫୁଲମାଳା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।
ହଜ ତୀର୍ଥ କରିବାକୁ ଭଦ୍ରକ ଜିଲ୍ଲାରୁ ୩୧ ଜଣଙ୍କ ସହିତ ଓଡିଶାରୁ ସର୍ବୋମୋଟ ୪୫୦ ଜଣ (ପୁରୁଷ / ମହିଳା) ଯିବେ ବୋଲି ଭଦ୍ରକ ହଜ କମିଟିର ସାଧାରଣ ସମ୍ପାଦକ ଅସରଫ ଅଲ୍ଲୀ ଖାନ ଓ ହଜ କମିଟିର ଟ୍ରେନର ହାଜି ଅବଦୁଲ ସୁବହୋ ଜଣାଇଛନ୍ତି ଏବଂ ହଜ ତୀର୍ଥରୁ ୪୫ ଦିନ ଭିତରେ ନିଜ ନିଜ ସ୍ଥାନକୁ ଫେରି ଆସିବେ । ଭଦ୍ରକ ଜିଲ୍ଲା ତୀର୍ଥଯାତ୍ରୀ କଲିକତା, ବମ୍ଭେ, ଦିଲ୍ଲୀ ଓ ହାଇଦ୍ରାବାଦର ବିମାନ ଯୋଗେ ଯିବେ ଓ ଏହି କାର୍ଯ୍ୟକ୍ରମ ସଭାରେ ଦୁଃଖୀ ସମାଜର ସଭ୍ୟ ହାଜି ସବବୀର ଅଲି, ଇଂ. ହବିବୁଲ୍ଲା ଖାନ, ହାଜି ତବାରକ ଅଲି, ହାଜି ମତଲୁବ ଅଲି , ହାଜି ଅବୁ ହୋସେନ, ଜମିଲ ଅଖତର ଖାନ, ମହମ୍ମଦ ଜକାଉଲ୍ଲା, ହାଜି ଅବଦୁଲ ମୁକିତ ଖାନ, ଶେଖ ଆସିଫ୍ ଅଲ୍ଲୀ, ଲିୱା ମାଷ୍ଟର , ଝମଝମ ଅଲି, ମିର୍ଜା ଏକ୍ରାମ ବେଗ, ଅଖତର ଅଲି, ହାଜି ଫକରେ ଆଲାମ, ଇବରାର ହୋସେନ, ମିର୍ଜା ଫରିଦ ବେଗ, ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ), ଶେଖ ହବିବୁଲ୍ଲା , ଜାୱେଦ ଅଖତର , ଶେଖ ଅବୁକାଲାମ , ବୁଲୁ ଭାଇ ଓ ଶେଖ ରାଜା ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ଦୁଃଖୀ ସମାଜର ସମ୍ପାଦକ ଗତ ରକ୍ତଦାନ ଶିବିରର ଆୟ ଓ ବ୍ୟୟର ହିସାବ ସର୍ବସାଧାରଣରେ ବିବରଣୀ ପାଠ କରି ଜଣାଇଥିଲେ ।