ନାବାଳିକାକୁ କୁକର୍ମ; ଅଭିଯୁକ୍ତ ଗିରଫ
ସିଂହପୁର: ବିଞ୍ଝାରପୁର ଥାନା କରୁଣା-ଗୁହାଳି ଗ୍ରାମରେ ଜନୈକା ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଫେରାରଥିବା ଅଭିଯୁକ୍ତ ନରହରି ଯେନା (୫୬)କୁ ଗିରଫ ପାଇଁ ପୁଲିସ ଦୁଇଟିଟିମ୍ ଗଠନ କରିଥିଲା । ଥାନା ଅଧିକାରୀ ବାମଦେବ ନନ୍ଦ ଗୋଟେ ଟିମର ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ସହ ସବ୍ଇନ୍ସପେକ୍ଟର କଳ୍ପତଲା ପ୍ରଧାନ ଅନ୍ୟ ପକ୍ଷେ ଦ୍ୱିତୀୟ ଟିମ୍ର ଦାଇତ୍ୱ ସବ୍ଇନ୍ସପେକ୍ଟର ବିଶ୍ୱଜିତ୍ ବିଶ୍ୱାଳ ନେଇଥିବା ବେଳେ ତାଙ୍କୁ ସହ ଯୋଗ କରିଥିଲେ ସବ୍ଇନ୍ସପେକ୍ଟର ରାଜ କିଶୋର ଲାହା । ଉଭୟ ଟିମ୍ ପକ୍ଷରୁ ଅଭିଯୁକ୍ତ ଯେନାକୁ ଗିରଫ୍ କରିବା ପାଇଁ କଟକ, ଯାଜପୁର, ଦଶରଥପୁର, ବରୀ ଏବଂ ଯାଜପୁର ସଦର ଥାନା ଅଂଚଳରେ ଚଢ଼ାଉ କରିଥିଲା । ଅଭିଯୁକ୍ତ ନରହରିକୁ ଯାଜପୁର ସଦର ଥାନା ଅଂଚଳରୁ ମଙ୍ଗଳବାର ରାତିରେ ଗିରଫ୍ କରି ଥାନାକୁ ଆଣିଥିଲା । ଅଭିଯୁକ୍ତକୁ ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରାଯାଇଛି ।