ବିଧାୟକଙ୍କ ନାଁରେ ଅପପ୍ରଚାର; ଥାନାରେ ଏତଲା

 ଧର୍ମଶାଳା  : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଚରିତ୍ର ସଂହାର ସହ ଗୋମାତା ଓ ସନାତନ ଧର୍ମ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ଯୁବକ ନାମରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ କରାଯାଇଛି । ଅଭିଯୋଗ ମୁତାବକ କେନ୍ଦ୍ରାପଡା ଜିଲାର ଜୟଦେବ ଲେଙ୍କା ନାମକ ଜଣେ ଯୁବକ ସୋସିଆଲ ମିଡିଆରେ ବଜରଙ୍ଗ ଦଳ ବିଶ୍ୱହିନ୍ଦୁ ପରିଷଦ ନାମ ନେଇ ସୋସିଆଲ ମିଡିଆରେ ସମାଲୋଚନା କରିଚାଲିଛି । ଏପରିକି ଜୟଦେବ ଜଣେ ହିନ୍ଦୁ ହୋଇ ମଧ୍ୟ ଗୋମାତା ଓ ସନାତନ ଧର୍ମ ବିରୁଦ୍ଧରେ ଅପପ୍ରଚାର କରୁଛି । ଏହାକୁ ବିରୋଧ କରି ବିଶ୍ୱ ହିନ୍ଦୁପରିଷଦ ବଜରଙ୍ଗ ଦଳ ଧର୍ମଶାଳା ମଣ୍ଡଳର ସଭାପତି ବିବେକାନନ୍ଦ ଜେନାଙ୍କ ନେତୃତ୍ୱରେ ବହୁ କର୍ମକର୍ତା ଥାନାରେ ପହଁଚି ଜୟଦେବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏତଲା ଦେଇଛନ୍ତି ।