ଝୁଲନ୍ତା ଯୁବକଙ୍କ ଶବ ପୋଡ଼ି ଦେଲେ

 ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଧିନ କୋଠାର ପଞ୍ଚାୟତ ବଡ ପୋଖରୀ ଆଡିରେ ରହୁଥିବା ବିଜୁ ଦାସଙ୍କ ପୁଅ ଶକ୍ତି ଦାସ ୧୮ ବର୍ଷ ମୃତ୍ୟକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ହୋଲି ଦିନ ରଙ୍ଗ ଖେଳ ଚାଲିଥିବା ବେଳେ ପୋଖରୀ ଆଡ଼ିରେ ଥିବା ଏକ ଗଛରେ ଶକ୍ତିର ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଥିଲା । ହେଲେ ପରିବାର ଲୋକେ ଡାକ୍ତର ଖାନା କିମ୍ୱା ପୋଲିସକୁ ସୂଚନା ନଦେଇ ତରବରିଆ ଭାବେ ନିକଟ ମଶାଣିରେ ପୋଡ଼ି ଦେଇଥିଲେ । ଯାହାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ସୂଚନା ଥାଉ କି ଶକ୍ତି ଦାସ  ଏକ ଯୁବତୀଙ୍କ ସହିତ ପ୍ରେମ ହୋଇଥିଲା । ହୋଲି ପୂର୍ବଦିନ ଏହାକୁ ନେଇ ପରିବାର ପକ୍ଷରୁ ଝଗଡ଼ା ମଧ୍ୟ ହୋଇଥିଲା  । ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ତାପରଦିନ ଶକ୍ତିର ମୃତ ଦେହ କୋଠାର ବଡ ପୋଖରୀ ଆଡ଼ିର ଥିବା ଏକ ଗଛରେ ଉଦ୍ଧାର କରାଯାଇଥିଲା । ହେଲେ ଖବର ପ୍ରଘଟ ହେବା ପୂର୍ବରୁ ତରବରିଆ ଭାବେ ମଶାଣିକୁ ନେଇ ପୋଡି ଦେଇଥିଲେ । ପୋଲିସକୁ ଖବର ଦେଇନଥିଲେ କି ଶବ ବ୍ୟବଚ୍ଛେଦ କରିବାକୁ ନେଇନଥିଲେ । ଯାହାକୁ ନେଇ ପରିବାର ଲୋକଙ୍କ ଉପରେ ସନେ୍ଦହ ସୃଷ୍ଟି ହୋଇଛି । ତେବେ ଏନେଇ ଶକ୍ତିର ମା’ କୁହନ୍ତି କି ପୁଅ ହୋଲି ଦିନ ହୃଦଘାତ ହୋଇଯାଇ ମୃତ୍ୟ ହୋଇଛି । ଅନ୍ୟପକ୍ଷରେ ଧୁଷୁରୀ ଥାନା ଅଧିକାରୀ ଶାନ୍ତନୁ ଜେନାଙ୍କୁ ପଚାରିବାରୁ କୁହନ୍ତି କି ଆମ ପାଖରେ କୌଣସି ଅଭିଯୋଗ ପହଞ୍ଚି ନାହିଁ । ଯଦି ପହଞ୍ଚେ ତେବେ ତାହାର ତଦନ୍ତ କରାଯିବ । ତେବେ ଯାହାବି ହେଉ, ଗୋଟେ ୧୮ ବର୍ଷର ଯୁବକ ଯଦି ଆତ୍ମହତ୍ୟା କରିଥିଲା ।  ହେଲେ ପୋଲିସକୁ ସୂଚନା ନଦେଇ ଲୁଚା ତରବରିଆ ଭାବେ ଶବ ବ୍ୟବଚ୍ଛେଦ ନକରି ସମସ୍ତ ପ୍ରମାଣ କାହିଁକି ନଷ୍ଟ କରିଦେଲେ ପରିବାର ଲୋକେ । ଯାହାକୁ ନେଇ ସନେ୍ଦହ ବଢିଛି  । ଏଣୁ ପୋଲିସ ନିଜ ଆଡୁ ଏତାଲ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରାଯାଇ ଶକ୍ତିକୁ ନ୍ୟାୟ ପ୍ରଦାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛÿି । ତେବେ ଏହା ପ୍ରେମ ଜନିତ ହତ୍ୟା ନା ଆତ୍ମହତ୍ୟା ପୋଲିସ ଅଧିକ ତଦନ୍ତ କରିବାର ଆବଶ୍ୟକତା ରହିଛି ।