ଅଯୋଗ୍ୟ ହିତାଧିକାରୀଙ୍କ ଜାଲ୍ ପ୍ରମାଣପତ୍ର ଛାନ୍ଭିନ୍

 ଆନନ୍ଦପୁର: ଅଯୋଗ୍ୟ ହିତାଧିକାରୀ ଜାଲ ପ୍ରମାଣପତ୍ର ହାତେଇ ନିଜକୁ ଯୋଗ୍ୟ ସାବ୍ୟସ୍ତ କରିବାକୁ ଲାଗିପଡିଛନ୍ତି । ଏନେଇ  ବିଭିନ୍ନ ଅଂଚଳରୁ ଚିÿହ୍ନଟ ହୋଇଥବା ୨୦ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଉପଜିଲ୍ଲାପାଳ ନୀଳମାଧବ ସୁନା କାର୍ଯ୍ୟାଳୟକୁ ଡାକି ଜାଲ୍ ପ୍ରମାଣପତ୍ରର ଛାନଭିନ ଆରମ୍ଭ କରିଛନ୍ତି । ୩୫୦୦ ଟଙ୍କା ଭତ୍ତା ହାତେଇବାକୁ କେଶଦୁରପାଳ, କୋଡ଼ପୋଡ଼ା ସମେତ ଅନ୍ୟକିଛି ପଞ୍ଚାୟତର ହିତାଧିକାରୀ ମାନେ ଯାହାକୁ ୬୦ ବର୍ଷବି ହୋଇନାହିଁ ସେମାନେ ୮୦ ବର୍ଷରୁ ଉର୍ଦ୍ଧ ଦର୍ଶାଇ ପ୍ରମାଣପତ୍ର ବାହାର କରିଛନ୍ତି । ସେହିପରି ଅନ୍ୟକିଛି ହିତାଧିକାରୀ ଆଦୌ ବିଦ୍ୟାଳୟ ମାଟି ମାଡିନଥିବା ବେଳେ ସେମାନେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ହାତେଇବାରେ ସଫଳ ହୋଇଛନ୍ତି ।
 ବେନିୟମ ଭାବେ ହାତେଇଥିବା ପ୍ରମାଣପତ୍ର ସମ୍ପର୍କରେ ଉପଜିଲାପାଳଙ୍କ ସମୁଖରେ ଅଯୋଗ୍ୟ ହିତାଧିକାରୀ ସ୍ୱୀକାର କରିଛନ୍ତି । ପରେ ଉପଜିଲ୍ଲାପାଳ ଶ୍ରୀସୁନା ଏଣିକି ଯେଉଁ ସରପଞ୍ଚ ହୁଅନ୍ତୁ ଅବା ଜନପ୍ରତିନଧି ଦାୟିତ୍ୱରେ ଥିବା ଜନପ୍ରତିନଧି, ଜନସେବା କେନ୍ଦ୍ର ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଜାଲ୍ ପ୍ରମାଣପତ୍ର ଦେଇ ସେମାନଙ୍କୁ ଯୋଗ୍ୟ ହିତାଧିକାରୀ ସାବ୍ୟସ୍ତ କରିବାରେ ସାହାର୍ଯ୍ୟ କରିବେ ଧରାପଡ଼ିଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।