ମୁକ୍ତିଲାଭ ଲାଭ କଲା ଚଳଚ୍ଚିତ୍ର "ଭାଲେଣ୍ଟାଇନ୍'
ବନ୍ତ : ଭଦ୍ରକ ମାଧବ ଫିଲ୍ମହଲରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚିତ୍ର ଭାଲେଣ୍ଟାଇନ । ଏହି ପ୍ରରିପେକ୍ଷୀରେ ରବିବାର ପ୍ରଥମ ଶୋ’ରେ ଭାଲେଣ୍ଟାଇନ ଫିଲ୍ମରେ ଅଭିନୀତ ଅଭିନେତା ମାନେ ଫିଲ୍ମ ପ୍ରମୋସନ ପାଇଁ ଆସିଥିଲେ । ଦର୍ଶକ ମାନେ ଫିଲ୍ମ ଅଭିନୀତ ଅଭିନେତାଙ୍କୁ ଫୁଲ ପୁଷ୍ପ ଦେଇ ସ୍ୱାଗତ କରିଥିବା ବେଳେ ଫ୍ୟାନ ମାନେ ହିପ ହିପ ହୁରେ ନାରା ଦେଇ ଫିଲ୍ମ ହିରୋ, ହିରୋଇନ, ଡାଇରେକ୍ଟ, ଗୀତିକାର ଓ ଅନ୍ୟ କଳାକାର ମାନଙ୍କୁ ଉସôାହିତ କରିଥିଲେ । ଏହି ଫିଲ୍ମରେ ୭ ଗୋଟି ଗୀତ ସ୍ଥାନ ପାଇଥିବା ବେଳେ ସମସ୍ତ ଗୀତ ମନକୁ ଛୁଇଁଜୀବ ବୋଲି ଗୀତ ଲେଖକ ମତ ପ୍ରକାଶ କରିଥିଲେ । ଫିଲ୍ମ ନିଦେ୍ର୍ଦଶକ ଫିଲ୍ମର ବିଭିନ୍ନ ସିନ ବିଷୟରେ କେମିତି ନିଖୁଣ କାର୍ଯ୍ୟ ହୋଇଛି ଥରେ ଦେଖିବାକୁ ଅନୁରୋଧ କରିଥିବା ବେଳେ ହିରୋ ଓ ହିରୋଇନ ଓ ଅନ୍ୟ ଅଭିନେତା ମାନେ ଫିଲ୍ମ ଥରେ ଦେଖିବାକୁ ଦର୍ଶକଙ୍କୁ ଅପିଲ କରିଥିଲେ । ଫିଲ୍ମ ନିଦେ୍ର୍ଦଶକଙ୍କ କହିବା ଅନୁଯାଇ ଓଡିଶାରେ ପ୍ରାୟ ୧୯ରୁ ଉଦ୍ଧ୍ୱର୍ ହଲରେ ଫିଲ୍ମ ଚାଲୁଥିବା ନେଇ ଜଣାଇଥିଲେ । ଏବଂ ଏହି ଫିଲ୍ମ ପରିବାର ସହିତ ଦେଖି ହେବ, ଓ ସମସ୍ତ ସିନ ଓଡିଶାରେ ବିଭିନ୍ନ ଜିଲ୍ଲାରେ ସୁଟ ହେଇଥିବା ନେଇ ଜଣାଇ ଥିଲେ ।