ପିସିସି ସଭାପତି ଭକ୍ତ ଦାସ ଓ ମହମ୍ମଦ ମୋକିମ୍ ଗିରଫ
ପିସିସି ସଭାପତି ଭକ୍ତ ଦାସଙ୍କୁ ଗିରଫ କଲା ପୋଲିସ । ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ ବି ଗିରଫ । ଜଣକ ପରେ ଜଣେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଉଛି ପୋଲିସ । ଲୋୟର ପିଏମଜିରେ ସ୍ଥିତି ଅଣାୟତ୍ତ ହୋଇଛି । ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଉପରକୁ କଂଗ୍ରେସ କର୍ମୀ ଟେକାପଥର, ଚେୟାର ଓ ବୋତଲ ମାଡ କରିଥିଲେ । ପରେ ପୋଲିସ ଲାଠି ଚାର୍ଜ କରିଥିଲା । ସ୍ଥିତି ନିୟଣନ୍ତ୍ରକୁ ନଆସିବାରୁ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପୋଲିସ ପାଣିମାଡ଼ ସହ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା । ଭୁବନେଶ୍ୱର ଲୋଏର ପିଏମଜିରେ କଂଗ୍ରେସ କର୍ମୀଙ୍କ ଗର୍ଜନ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି କଂଗ୍ରେସ କର୍ମୀ । ଘଣ୍ଟ, ଝାଞ୍ଜ ବଜାଇ କରୁଛନ୍ତି ପ୍ରତିବାଦ । ଗୋଟିଏ ବ୍ୟାରିକେଡ ଭାଙ୍ଗି ଆଉ ଦୁଇଟି ବ୍ୟାରିକେଡ ପାଖରେ ପହଞ୍ଚିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଛାଉଣୀ ହୋଇଛି । ଧସ୍ତାଧସ୍ତିରେ କିଛି ପୋଲିସକର୍ମୀ ଓ କିଛି କଂଗ୍ରେସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।