ଲଭ୍-ସେକ୍ସ-ଧୋକା ଅଭିଯୋଗ: ଏସଆଇ ଗିରଫ
ପୋଲିସ ବାବୁଙ୍କ ନାଁରେ ଲଭ୍-ସେକ୍ସ-ଧୋକା ଅଭିଯୋଗ । ଏସ୍ଆଇ ବିଜୟ ସାହୁଙ୍କୁ ଗିରଫ କଲା ପୋଲିସ । ଜଣେ ଯୁବତୀଙ୍କୁ ପ୍ରେମ କରିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ପୁଲିସ ଏସଆଇ । କିନ୍ତୁ ପରେ ବିବାହ କରିବାକୁ ମନା କରିବାରୁ ଏସଆଇଙ୍କ ନାଁରେ ଏତଲା ଦେଇଥିଲେ ପୀଡ଼ିତା । ଏହି ଘଟଣାରେ ପୋଲିସ ଏସ୍ଆଇ ବିଜୟ ସାହୁଙ୍କୁ ଗିରଫ କରାଯାଇଛି । ମାଲକାନାଗିରି ଜିଲ୍ଲାରେ ଏସଓଜି ଟ୍ରେନିଂ ନେଉଥିଲେ ବିଜୟ । ବାଲେଶ୍ବର ବାଲିଆପାଳ ଥାନା ବଡ ତାଳପଦା ଗାଁରେ ବିଜୟଙ୍କ ଘର । ଗିରଫ ପରେ ବିଜୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।