ମନ୍ଦିର ପାଖରେ ଚର୍ଚ୍ଚର କବର ସ୍ଥାନ ଫଳକ ଉଚ୍ଛେଦ ଦାବି କଲା ଶ୍ରୀରାମ ସେନା
ଭଦ୍ରକ : ଭଦ୍ରକ ସହର ମଧ୍ୟସ୍ଥଳୀ ଅନ୍ତର୍ଗତ ମା ବଙ୍କ ବାସୂଳି ମନ୍ଦିର ପାଖରେ ଥିବା ଏକ ଚର୍ଚ୍ଚ ମନଇଚ୍ଛା କାର୍ଯ୍ୟ ଲୋକଙ୍କୁ ବିଭ୍ରାନ୍ତ କରିପକାଇଛି । ଏହିଭଳି ଚର୍ଚ୍ଚର କବର କୌଣସି ଜନଗହଳି ପୂର୍ଣ୍ଣ ସ୍ଥାନରେ ରହେନାହିଁ ଯଦି ରହିଛି ଏହା ବିଦ୍ୟାଳୟ, ସାଂସ୍କୃତିକ ବିଦ୍ୟାଳୟ ଓ ମା ଙ୍କ ମନ୍ଦିର ପାଖରେ କବର ସ୍ଥାନର ଫଳକ କିପରି ଲଗାଯାଇଛି ତାହା ସଂପୂର୍ଣ୍ଣ ବେଆଇନ ଅଟେ ଯାହା ହିନ୍ଦୁ ଧର୍ମକୁ କୁଠାର ଘାତ କରିଛି । ଗତକାଲି ଉକ୍ତ ଜାଗାରେ ଏକ ଶବ ପୋତିବା ଘଟଣାକୁ ନେଇ ଉତ୍ତେଜନା ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା ପୋଲିସ ଆସି ସମାଧାନ କରିଥିଲା । ସ୍ଥାନୀୟ ବଙ୍କସାହି ଯୁବକ ମାନେ ବିରୋଧ କରିବା ସହିତ ପୋଲିସ ଆସିଥିଲା । ଉକ୍ତ କବର ସ୍ଥାନ ଫଳକକୁ ଉଚ୍ଛେଦ କରିବା ଦାବିରେ ଶ୍ରୀରାମ ସେନାର ମୁଖ୍ୟ ଉପଦେଷ୍ଟା ଜ୍ଞାନ ପାଣିଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ହରିହର ଚାନ୍ଦ, କାର୍ତ୍ତିକ ରଣା, ସ୍ୱର୍ଣଲତା ମିଶ୍ର, ମଧୁସ୍ମିତା ଦାସ, ଗୋପାଳ ଦାସ, ମଠ ମହନ୍ତ ଅଚୁ୍ୟତାନନ୍ଦ ବ୍ରହ୍ମଚାରୀ ଓ ଶ୍ରୀରାମ ସେନାର ସଦସ୍ୟ/ସଦସ୍ୟା ମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଜିଲ୍ଲାପାଳ ମହୋଦୟ ଦାବି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀରାମ ସେନାକୁ ପ୍ରତିଶ୍ରୁତି ଦେଇଛନ୍ତି ।