ମୋବାଇଲ ଚୋର ଗିରଫ

 ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ମହୁରୀ ଗ୍ରାମ ସ୍ଥିତ ଡାହିବାଡ଼ି ସାପ୍ତାହିକ ହାଟରେ ପ୍ରତି ହାଟ ପାଳିରେ ଚୋରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ମୁତାବକ ଗତ ଶନିବାର ହାଟରେ ଏକ ବାଇକ ଚୋରକୁ ମାଡ଼ ମାରି ବୈଶିଙ୍ଗା ପୁଲିସର ଜିମା ଦେଇଥିଲେ ସ୍ଥାନୀୟ ହାଟ ବ୍ୟବସାୟୀ ଏବଂ ଜନସାଧାରଣ । ସମାନ ଭାବେ ବୁଧବାର ଡାହିବାଡି ହାଟରେ ସନ୍ଧ୍ୟା ସମୟରେ ଜଣେ ନାବାଳକ ଯୁବକ ଜନୈକ ବ୍ୟକ୍ତିଙ୍କ ପାଖରୁ ମୋବାଇଲ ଫୋନ ଚୋରାଇ ଦୌଡ଼ି ପଳାଉଥିବାବେଳେ ସ୍ଥାନୀୟ ବ୍ୟବସାୟୀ ଏବଂ ଲୋକ ଧରି ନିର୍ଦ୍ଧୁମ ଛେଚି ଥିଲେ । ଉକ୍ତ ଯୁବକ ଜଣକ ନିଜକୁ ଝାଡଖଣ୍ଡ ଅଞ୍ଚଳର ମଣ୍ଟୁ ନାମିଆ ପୁଅ ରୋଶନ ନାମିଆ ବୋଲି ପରିଚୟ ପ୍ରଦାନ କରିଥିଲା । ପରବର୍ତ୍ତୀ ସମୟରେ ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ସଦଳବଳ  ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମୋବାଇଲ ଚୋରକୁ ଗିରଫ କରିବା ସହ ଚୋରି କରିଥିବା ମୋବାଇଲ ଫୋନକୁ ଜବତ କରି ଥାନାକୁ ନେଇ ଆସିଥିଲେ । ଏ ନେଇ ବୈଶିଙ୍ଗା ପୁଲିସ ତଦନ୍ତ ଚଳାଥିବା ଜଣାଯାଇଛି ।