ଗଞ୍ଜେଇ ଜବତ, ଜଣେ ଗିରଫ

 ବୈଶିଙ୍ଗା/ବଡ଼ସାହ: ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ଗ୍ରାମର ହେମନ୍ତ କୁମାର ସାହୁ ଦୀର୍ଘ ଦିନ ହେବ ଗଞ୍ଜେଇ ବେପାର କରୁଥିବା ନେଇ ଖବର ପାଇ ବେତନଟୀ ଅବକାରୀ ବିଭାଗ ଥାନାଧିକାରୀ ପ୍ରକାଶ ସାହୁଙ୍କ ନେତୃତ୍ୱରେ ଖୁଣ୍ଟା ଅବକାରୀ ଥାନାର ସବ ଇନସ୍ପେକ୍ଟର ମମତା ଦାସଙ୍କ ସହ ବାରିପଦା, ଉଦଳା ଏବଂ ବେତନଟୀ ଅବକାରୀ ଥାନାର ସହକର୍ମୀଙ୍କ ସହ ମାଣତ୍ରୀ ଗ୍ରାମର ହେମନ୍ତ ସାହୁଙ୍କ ଘରକୁ ଚଢାଉ କରିଥିଲେ । ତାଙ୍କ  ଘରୁ ୪୦୦ ଗ୍ରାମର ଗଞ୍ଜା ଜବତ କରିବା ସହ ତାଙ୍କୁ ଗିରଫ କରିିଥିଲେ  । ଏହି ଘଟଣା ନେଇ ମାମଲା ରୁଜ୍ଜୁ ହୋଇଥିବା ବେଳେ ହେମନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବେତନଟୀ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ଜାମିନ ମଞ୍ଜୁର ହୋଇଥିବା ଜଣାପଡ଼ିଛିି ।