ମୋବାଇଲ ଚୋର ଗିରଫ

 ପୁରୀ :  ଜଣେ ପର୍ଯ୍ୟଟକଙ୍କୁ ଧକ୍କା ମାରି ତଳେ ପକାଇ ମୋବାଇଲ ଫୋନ୍ ଛଡ଼ାଇ ନେଇଥିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୋଲିସ ବାସେଳୀ ସାହି ଥାନା ଅନ୍ତର୍ଗତ ମିଶ୍ର ସାହିର ରାକେଶ ସାହୁ (୨୩)କୁ ଗିରଫ କରିଛି । ରାକେଶ ବିରୁଦ୍ଧରେ ବିଏନ୍ଏସ୍ର ୩୦୯(୪) ଧାରାରେ ୧୪୬/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଛି । କେନ୍ଦ୍ରାପଡ଼ାରୁ ପୁରୀ ପରିଭ୍ରମଣରେ ଆସିଥିବା ନୀଳକଣ୍ଡ ବିଶ୍ୱାଳ (୩୫) ମୋବାଇଲରେ କଥା ହେଉଥିବା ବେଳେ ବଡ଼ଦାଣ୍ଡରେ ରାକେଶ ତାଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲା ।