ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ

 ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତ ହାଇସ୍କୁଲ ଠାରେ ସିନାପାଲି ବନବିଭାଗର ମିଳିତ ଆନୁକୂଲ୍ୟରେ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଧାନଶିକ୍ଷକ ଶ୍ରୀନିବାସ ପାତ୍ର ସଭାପତିତ୍ୱ କରିଥିବାବେଳେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ସିନାପାଲି ବନାଞ୍ଚଳ ଅଧିକାରୀ କାମେଶ୍ୱର୍ ତାଣ୍ଡି, ଭରୁଆମୁଣ୍ଡା ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାଏକ, ସେକ୍ସନ ଅଫିସର ଚୁଡ଼ାନାଥ ସରାଫ, ଜିଲ୍ଲା ଇକକୋ କ୍ଳବ୍ ନୋଡାଲ ଅଫିସର କୃଷ୍ଣଚନ୍ଦ୍ର ଯୋଶୀ ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷକ ରମେଶ ଦୁବେ ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା କରି ମଞ୍ଚ ପରିଚାଳନା କରିଥିଲେ । ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ଦେବ ପୂଜନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମର କୃତି ଛାତ୍ରଛତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ଛାତ୍ରଛତ୍ରୀମାନଙ୍କ ସହ ମିଳିତ ଭାବେ ଶତାଧିକ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ବନବିଭାଗର ସମସ୍ତ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।