୨ମୋବାଇଲ ଚୋର ଗିରଫ

 ପୁରୀ : ଷ୍ଟେସନ ଛକରୁ ଆଶ୍ରମ ଛକକୁ ବାଇକ୍ ଯୋଗେ ଯାଉଥିବା ଜଣେ ଯୁବକକୁ ଧକ୍କା ମାରି ତଳେ ପକାଇ ପକେଟରୁ ମୋବାଇଲ ଫୋନ୍ ଲୁଟି ନେଇ ଫେରାର ହୋଇଯାଇଥିବା ୨ଜଣ ଯୁବକଙ୍କୁ କୁମ୍ଭାରପଡ଼ା ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ପୁରୀ ଜିଲ୍ଳା ଗୋପ ଥାନା ଅନ୍ତର୍ଗତ ନାଗପୁରର ରାଜା ଓରଫ ଗଣେଶ ବେହେରା (୨୨) ଓ ରାମଚଣ୍ଡୀ ଥାନା ଅନ୍ତର୍ଗତ ବାଲିକପିଳେଶ୍ୱରପୁରର ବିଲୁ ଓରଫ ଦୀପକ ସାହୁ (୨୩) । ଅଭିଯୁକ୍ତଙ୍କ ଠାରୁ ପୋଲିସ ୨ଟି ମୋବାଇଲ ଫୋନ୍, ଓଡ଼ି-୧୩ଭି-୩୫୭୭ ନମ୍ବର ବିଶିଷ୍ଟ ଏକ ପଲସର ମୋଟର ବାଇକ୍ ଜବତ କରିଛି । ଏ ସଂକ୍ରାନ୍ତରେ ବିଏନଏସ୍ର ୩୦୯(୪), ୩(୫) ଧାରାରେ ୧୪୯/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଚନ୍ଦନପୁର ଥାନା ଅନ୍ତର୍ଗତ ସୁନ୍ଦର ବେହେରା ସାହି ଗ୍ରାମର ପ୍ରଶାନ୍ତ କୁମାର ବେହେରା (୨୭)ଙ୍କ ଏତଲା କ୍ରମେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।