ମହିଳାଙ୍କ ସୁରକ୍ଷା ପାଇଁ କଂଗ୍ରେସର ବୈଠକ 

 ରାଜକନିକା : ରାଜ୍ୟରେ ବିଜେପି ଶାସିତ ସରକାରରେ ଦଶମାସ ମଧ୍ୟରେ ନାରୀ ନିର୍ଯାତନା ମାତ୍ରାଧିକ ଭାବେ ବଢ଼ି ଚାଲିଛି  । ସ୍କୁଲ କଲେଜରେ ପଢ଼ୁଥିବା ନାବାଳିକାମାନେ ମଧ୍ୟ ଏ ବିଜେପି ସରକାରରେ ଅସୁରକ୍ଷିତ ନାରୀ ମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ଦାବିରେ କଂଗ୍ରେସ ବିଧାନସଭା ଭିତରେ ବାହାରେ କ୍ରମାଗତ ଭାବେ ଆନେ୍ଦାଳନ ଜାରି ରଖିଛି  । ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନ କ୍ରମେ ଆସନ୍ତା ୧୫ତାରିଖରେ ହେବାକୁ ଥିବା ମଶାଲ ଶୋଭାଯାତ୍ରା ପାଇଁ ରାଜକନିକା ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କନିକା ମେଲଣ ପଡିଆରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ, ଆଳି କଂଗ୍ରେସର ବିଧାୟକ ପ୍ରାର୍ଥିନୀ ଡା. ଦେବସ୍ମିତା ଶର୍ମା, ବ୍ଲକ ପର୍ଯ୍ୟବେକ୍ଷକ ସତ୍ୟପ୍ରିୟ ସାମଲଙ୍କ ସମେତ ସମସ୍ତ ପଞ୍ଚାୟତ ସଭାପତିମାନେ ଯୋଗ ଦେଇ ଏହାକୁ ସଫଳ କରିବାକୁ ସ୍ଥିର କରିଛନ୍ତି  ।