ପାରିବାରିକ ଗଣ୍ଡଗୋଳ, ୨ ଗିରଫ

ଆସିକା : କୋଟିନାଡ଼ା ଥାନା ଅନ୍ତର୍ଗତ ବେଣିଆ ଗ୍ରାମର କାର୍ତ୍ତିକ କାମ୍ପଙ୍କ ଅଭିଯୋଗ ଆଧାରରେ ତାଙ୍କ ଭାଇ  ନନ୍ଦକିଶୋର କାମ୍ପ ଏବଂ ତାଙ୍କ ପୁଅ କାହ୍ନ କାମ୍ପଙ୍କୁ ପୁଲିସ ଗିରଫ କରି କୋର୍ଟଚାଲଣ କରିଛନ୍ତି । ଟଙ୍କା ବାଣ୍ଟିବାକୁ ନେଇ ଭାଇ ଭାଇ ମଧ୍ୟରେ ପାରିବାରିକ କଳହ ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ବାପା ଓ ପୁଅ ମିଶି କାର୍ତ୍ତିକଙ୍କ ମୁଣ୍ଡକୁ ମାରଣାସ୍ତ୍ରରେ ପ୍ରବଳ ଆଘାତ କରିଥିଲେ ।  କାର୍ତ୍ତିକଙ୍କ ଏତଲା ପ୍ରକାରେ  ତାଙ୍କ ଭାଇ  ନନ୍ଦକିଶୋର ଓ ତାଙ୍କ ପୁଅ କାହ୍ନଙ୍କୁ ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ଦାମୋଦର ଅଧିକାରୀ ସୂଚନା ଦେଇଛନ୍ତି ।