ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ
କଟକ : କଟକ ସହର ସ୍ଥିତ ମାଡ଼ୁଆଳୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନକୁ ନେଇ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି କଟକ ମହାନଗର ନାଗରିକ ମହାସଭାର ସଭାପତି ଡା ରବି ରଂଜନ ସାହୁ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ମନୋଭାବ ରଖିବାକୁ ପରାମର୍ଶ ଦେଇଥିଲେ । ବେତାର ନାଟ୍ୟ ଶିଳ୍ପୀ ନଳିନୀକାନ୍ତ ବିଶ୍ୱାଳ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ବିଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ କାୟାକଳ୍ପର ସଂପାଦକ ତି୍ରଲୋଚନ ଦାସ ପରିଚାଳନା କରିଥିଲେ । ପିଲାମାନେ ତିଆରି କରିଥିବା ବିଜ୍ଞାନ ମଡେଲକୁ ଅତିଥିମାନେ ବୁଲି ଦେଖିଥିଲେ । ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଇଥିଲା । ଶିକ୍ଷୟିତ୍ରୀ ଜୟଶ୍ରୀ ରାୟ, ଅଦ୍ୟାରଶ୍ମି ପଲାଇ, ଶ୍ରମିଷ୍ଠା ସମାଲ, ସ୍ମୃତିରେଖା ବେହେରା ମଂଚ ପରିଚାଳନା କରିଥିବାବେଳେ ଶିକ୍ଷକ ଦେବାଶିଷ ବାଗ, ହେମନ୍ତ ନାଥ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡା. ସଂଘମିତ୍ରା ଦେବଭଞ୍ଜ ଧନ୍ୟବାଦ ପ୍ରଦାନ କରିଥିଲେ ।