୫୫୩ ଛାତ୍ରଛାତ୍ରୀ ଦେଲେ ବୃତ୍ତି ପରୀକ୍ଷା
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଦୁଇଟି ପରୀକ୍ଷା କେନ୍ଦ୍ରରେ ୫୫୩ ଜଣ ଛାତ୍ରଛାତ୍ରୀ ତୃତୀୟ ଓ ପଞ୍ଚମ ଶ୍ରେଣୀର ଛାତ୍ର ବୃତ୍ତି ପରୀକ୍ଷା ଦେଇଥିଲେ । ଗୋଲାମୁଣ୍ଡା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଛାତ୍ର ବୃତ୍ତି ପରୀକ୍ଷାରେ ୨୭୫ ଜଣଙ୍କ ପଞ୍ଜିକରଣ ହୋଇଥିବା ବେଳେ, ୨୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩୮ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ଥିଲେ । ସେହିଭଳି ଖଲିଆକାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ୩୭୧ ଜଣ ଛାତ୍ର ଛାତ୍ରୀ ପଞ୍ଜିକରଣ ହୋଇଥିବା ବେଳେ ୩୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୫୫ ଜଣ ଅନୁପସ୍ଥିତ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାୟକ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଦୁଇଟି କେନ୍ଦ୍ରକୁ ଗୋଷ୍ଠୀ ଶିକ୍ଷାଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ସମସ୍ତ ସିଆର୍ସିସି ପରୀକ୍ଷାକୁ ତଦାରଖ କରିଥିଲେ ।