ଜାରକା ଗଣେଶ ପୂଜା ମଣ୍ଡପ ଉଦ୍ଘାଟିତ

ଧର୍ମଶାଳା : ଜାରକା ବଡବଜାରରେ ନବନିର୍ମିତ ଗଣେଷ ପୂଜା ମଣ୍ଡପ ଆଜି ଉଦଘାଟିତ ହୋଇଯାଇଛି । ଗଣେଷ ପୂଜା କମିଟି ସଭାପତି ରମେଶ କୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଉଦଘାଟନୀ ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅତିଥି ଭାବେ ଯୋଗଦେଇ ନବନିର୍ମିତ ମଣ୍ଡପକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାରକା ସରପଞ୍ଚ ସୁଦାମ ବେହେରା, ସମିତିସଭ୍ୟା ଅର୍ଣ୍ଣପୂର୍ଣ୍ଣା ସାହୁ, କମିଟିର ସମ୍ପାଦକ ବିରଜା କୁମାର ଶତପଥୀ ପ୍ରମୁଖ ଯୋଗଦେଇ ବହୁ ବର୍ଷର ଦାବି ପରେ ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କ ଉଦ୍ୟମ ଫଳରେ ଏହା ସଫଳ ହୋଇଥିବାରୁ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଚଳିତ ବର୍ଷଠାରୁ ପ୍ରତ୍ୟେକ ବର୍ଷ ଏହି ପୂଜା ମଣ୍ଡପରେ ଗଣେଷ ପୂଜା ଅନୁଷ୍ଠିତ ହେବ ।ଅୟୋଜିତ କାର୍ଯ୍ୟକ୍ରମକୁ ଗଣେଷ ପୂଜା କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।