କୁକର୍ମ ପୀଡିତାଙ୍କୁ ପ୍ରଶାସନର ସହାୟତା
ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳରେ ଘଟିଯାଇଥିବା ବହୁଚର୍ଚ୍ଚିତ ଲଜ୍ୟାଜନକ କୁକର୍ମ ଘଟଣାକୁ ନେଇ ସବୁଆଡେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପ୍ରଶାସନ ସହାୟତା ପାଇଁ ଆଗେଇ ଆସିଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ହିନେ୍ଦାଳ ଉପଜିଲ୍ଲାପାଳ ପ୍ରଭାସ ବେଉରାଙ୍କ ନେତୃତ୍ୱରେ ହିନେ୍ଦାଳ ଉପଖଣ୍ଡ ଆରକ୍ଷୀ ଉପଅଧିକ୍ଷକ ସତ୍ୟ କୁମାର ନନ୍ଦ, ତହସିଲଦାର ଦିଲୀପ ସେଠି, ହିନେ୍ଦାଳ ଥାନା ଅଧିକାରିଣୀ ଚାରୁଲତା ବେହେରା ପ୍ରମୁଖ ପୀଡିତା ଚିକିତ୍ସିତ ହେଉଥିବା ଅନୁଗୋଳ ଜିଲ୍ଲା ଡାକ୍ତରଖାନାରେ ଯାଇ ରେଡ଼କ୍ରସ ପାଣ୍ଠିରୁ କୋଡିଏ ହଜାର ଟଙ୍କା ପ୍ରଦାନ କରିଛନ୍ତି । ତେବେ ନାରକୀୟ କାଣ୍ଡ ଘଟାଇଥିବା ନରପିଶାଚକୁ କଠୋରରୁ କଠୋର ଦଣ୍ଡବିଧାନ ପାଇଁ ହିନେ୍ଦାଳ ଜନସାଧାରଣ ପ୍ରଶାସନ ଓ ନ୍ୟାୟିକ ବିଭାଗ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।