‘ଶ୍ରୀଜଗନ୍ନାଥ ସଂସ୍କୃତି’ ଚେତନା ଆଲୋଚନାଚକ୍ର
ପୁରୀ : ପୁରୀ-ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହଭାଗିତାରେ ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ ଓ ଗଙ୍ଗାଧର ମିଶ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ‘ବିଶ୍ୱଜନଜୀବନରେ ଶ୍ରୀଜଗନ୍ନାଥ ଚେତନା, ସଂସ୍କୃତି ଓ ରଥଯାତ୍ରା’ର ପ୍ରଭାବ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ୟୁଥ୍ ହଷ୍ଟେଲ ସଭାକକ୍ଷରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଅମରନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଆଲୋଚନାଚକ୍ରରେ ପୁରୀ ସାଂସଦ ଡ଼ାକ୍ତର ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ଯେ, ଶ୍ରୀଜଗନ୍ନାଥ ସଂସ୍କୃତି ଚେତନାର ଆଦାର ହେଉଛି ବିଶ୍ୱଭ୍ରାତୃତ୍ୱ, ଉଦାରତା ଓ ବିଶ୍ୱପ୍ରାଣତା । ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ହେଉଛି ମାନବାଦର ମହାମିଳନ ପର୍ବ । ଶ୍ରୀଜଗନ୍ନାଥଙ୍କ ରତଯାତ୍ରା ଏବେ ବିଶ୍ୱବ୍ୟାପକ ହେବା ସହିତ ଓ ସଭିଙ୍କ ଆଦର ଲାଭ କରିପାରିଛି । ବର୍ଣ୍ଣ, ଧର୍ମ, ଗୋଷ୍ଠୀ ଓ ସଂପ୍ରଦାୟ ନିର୍ବିଶେଷରେ ସଭିଏଁ ରଥଯାତ୍ରାରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଏକାଠି ହୋଇ ଦାରୁବ୍ରହ୍ମମାନଙ୍କୁ ଦର୍ଶନ କରି ଅପାର ଆନନ୍ଦ ଲାଭ କରନ୍ତି । ମୁଖ୍ୟ ଆଲୋଚକ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼କ୍ଟର ଭାସ୍କର ମିଶ୍ର ଯୋଗଦେଇ ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତି, ପର୍ବପର୍ବାଣୀ, ଯାନିଯାତ୍ରା, ବେଶଭୂଷା ମାନବଧର୍ମୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବତା ହୋଇ ବି ମାନବୀୟ ଜୀଜବøାପନ ଭଳି ରଥଯାତ୍ରାରେ ବିଶ୍ୱମାନବ ସମାଜକୁ ଦର୍ଶନ ଦେଇ ଅପାର ଆନନ୍ଦ ଲାଭ କରନ୍ତି ତାହା ବର୍ଣ୍ଣନା କରିଥିଲେ । ସମ୍ମାନ୍ନିତ ଅତିଥି ଭାବେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଭଗବାନ ସୁଆର, ସାହିତି୍ୟକ ବାହାଦୁର ପାଟସାହାଣୀ ଯୋଗଦେଇଥିଲେ । ପ୍ରାରମ୍ଭରେ ସଂସ୍କୃତି ପରିଷଦ ସଭାପତି ସଦାଶିବ ମିଶ୍ର ଆଲୋଚନାର ଆଭିମୁଖ୍ୟ ଆଲୋକପାତ କରିଥିବା ବେଳେ ଆବାହକ କୃଷ୍ଣଚନ୍ଦ୍ର ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ ।