କାନ୍ଥ ମାଡ଼ିବସିବାରୁ ବୃଦ୍ଧ ମୃତ୍ୟୁ 

କାନ୍ଥ ମାଡ଼ିବସିବାରୁ ବୃଦ୍ଧ ମୃତ୍ୟୁ 

ବ୍ରହ୍ମଗିରି : ଘରକାନ୍ଥ ଭାଙ୍ଗୁଥିବା ସମୟରେ ଅଘଟଣ । କାନ୍ଥ ମାଡ଼ିବସିବାରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ବୃଦ୍ଧ ଜଣଙ୍କ ହେଲେ ସାଗର କାଣ୍ଡୀ । ପୁରୀଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ତନ୍ତକେରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 

 
   

    ସୂଚନା ମୁତାବକ, ବ୍ରହ୍ମଗିରି ଥାନା ଅନ୍ତର୍ଗତ ତନ୍ତକେରା ଗାଁରେ ଆଜି ଜଣେ ବୃଦ୍ଧ ବ୍ୟକ୍ତି ନିଜର ଏକ ପୁରୁଣା ଘରର କାନ୍ଥକୁ ଶିଡି ପକାଇ ଭାଙ୍ଗୁଥିଲେ । ଭାଙ୍ଗୁଥିବା ସମୟରେ ହଠାତ୍‌ ଶିଡିଟି କାନ୍ଥରୁ ଖସିପଡ଼ିଥିଲା । ଫଳରେ ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ଉପରେ ଭଙ୍ଗା କାନ୍ଥଟି ପଡ଼ିଯାଇଥିଲା । ପରିବାର ଲୋକେ ଓ ଗ୍ରାମବାସୀ କାନ୍ଥକୁ ଭାଙ୍ଗି ସାଗରଙ୍କୁ ଉଦ୍ଧାର କରି ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।