ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଏରସମା : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏରସମା ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଉପସ୍ଥିତ ରହି ଉପରିସ୍ଥ ଅଧିକାରୀମାନେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ଏଥିରେ ମୋଟ୍ ୫୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ ୪୬ ଗୋଟି ବ୍ୟକ୍ତିଗତ ସମସ୍ୟା, ୧୨ ଗୋଟି ଗୋଷ୍ଠୀଗତ/ଗ୍ରାମ୍ୟ ସମସ୍ୟା ଥିଲା । ବ୍ୟକ୍ତିଗତ ସମସ୍ୟା ମଧ୍ୟରୁ ୫ ଗୋଟି ରାସନ୍ କାର୍ଡ଼, ୫ ଗୋଟି ଆବାସ ଯୋଜନା, ୧୩ ଗୋଟି ଜମିଜମା ସମସ୍ୟା, ୫ ଗୋଟି ଭତ୍ତା ସମ୍ବନ୍ଧିୟ ଏବଂ ଅନ୍ୟାନ୍ୟ ୧୪ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା । ଏଥିରେ ୪ ଗୋଟି ଅଭିଯୋଗର ତକ୍ରାଳ ସମାଧାନ କରାଯାଇଥିଲା । ଏହି ଶିବିରରେ ଏସ୍ପି ଭବାନୀ ଶଙ୍କର ଉଦଗାତା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ଅଧିକାରୀ ରବିନାରାୟଣ ଜେଠୀ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ଜେନା, ତହସିଲଦାର ସ୍ନିଗ୍ଧା ସନ୍ଧ୍ୟାଞ୍ଜଳି ବେହେରା, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।