ଡ୍ରଗସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଔଷଧ ଦୋକାନରେ ଚଢ଼ାଉ
କଟକ : ଡ୍ରଗସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ରାଣୀହାଟ ସ୍ଥିତ ବିଭିନ୍ନ ଔଷଧ ଦୋକାନରେ ମଙ୍ଗଳବାର ଚଢ଼ାଉ କରାଯାଇଛି । ଏହିସବୁ ଦୋକାନରେ ବିକି୍ର ହେଉଥିବା ଏମଟିପି କିଟ ଓ ଗର୍ଭପାତ ଔଷଧର ଷ୍ଟକ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ବିନା ପ୍ରେସକିପସନରେ ଏହିସବୁ କିଟ ଓ ଔଷଧ ବିକି୍ର ବେଆଇନ ଥିବାବେଳେ ନିର୍ଦ୍ଦିଷ୍ଟ କିଛି ଦୋକାନରେ ଏହାର ବ୍ୟାପକ ବିକି୍ର ହେଉଥିବା ଅଭିଯୋଗ ବିଭାଗ ପାଖରେ ପହଞ୍ଚିବା ପରେ ଡ୍ରଗସ କଣ୍ଟ୍ରୋଲ ବିଭାଗ ଅତର୍କିତ ଭାବେ ଯାଞ୍ଚ ଆରମ୍ଭ କରିଛି । ସୂଚନାଯୋଗ୍ୟ, ସୋମବାର ଭୁବନେଶ୍ୱରର ଏକାଧିକ ଔଷଧ ଦୋକାନରେ ମଧ୍ୟ ଚଢ଼ାଉ ହୋଇଥିଲା ମଙ୍ଗଳବାର କଟକ ରେ ଚଢାଉ କରାଯାଇଥିଲା ।