ବିଭିନ୍ନ ସ୍ଥାନରେ ଶନିଶ୍ଚର ମହାରାଜଙ୍କ ପୂଜା 

 ଆନନ୍ଦପୁର : ଆନନ୍ଦପୁରରେ ବିଭିନ୍ନ ସ୍ଥାନରେ ନ୍ୟାୟଦେବ ଶନିଶ୍ଚର ମହାରାଜଙ୍କ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଏହିକ୍ରମରେ ଆନନ୍ଦପୁର ରାଜପୁତ ସାହିସ୍ଥିତ ଶନିଶ୍ଚର ମନ୍ଦିର ପ୍ରାଙ୍ଗଣରେ ମଧ୍ୟ୍ୟ ଶନିଶ୍ଚର ମହାରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ନଗରପରିକ୍ରମା କାର୍ଯ୍ୟକ୍ରମ ହୋଇଥିବା ବେଳେ ୧୦୮ ମାନସିକ ଧାରୀ  ବୈତରଣୀରୁ ଜଳ କଳସ ଶୋଭାଯାତ୍ରା ମାଧ୍ୟମରେ ଆଣି ଶକ୍ତିପୀଠରେ ସ୍ଥାପନ କରିଥିଲେ । ପରେ ଗୋ ପୂଜା, ସୂର୍ଯ୍ୟ ପୂଜା ଅଖଣ୍ଡ ନାମ, ପରେ ଯଜ୍ଞ କାର୍ଯ୍ୟ ସମାପନ ପରେ ନ୍ୟାୟଦେବଙ୍କୁ ପୂର୍ଣ୍ଣାହୁତି ଦିଆଯାଇଥିଲା । ଠାକୁରଙ୍କୁ ଦର୍ଶନ କରିବାକୁ ଭିଡ଼ ପରିଲକ୍ଷିତ ହୋଇଥଲା । ପୂଜକ ଗୌରଚନ୍ଦ୍ର ମିଶ୍ର ଏବଂ ଅଭିମନୁ୍ୟ ମିଶ୍ର ମନ୍ଦିର ପୂଜାକାର୍ଯ୍ୟ ସମ୍ଭାଳିଥିବାବେଳେ ପଣ୍ଡିତ ବୃନ୍ଦାବନ ଷଡ଼ଙ୍ଗୀ, ସୁଜିତ ମିଶ୍ର ଏବଂ ସୁଜିନ୍ଦ୍ର ନନ୍ଦ ଯଜ୍ଞ ପୂଜା କରିଥିଲେ । କାର୍ଯ୍ୟକ୍ରମରେ ମାନସ ପାଢ଼ୀ, ଇଂ. କିରନ ପାଢ଼ୀ, ଅଜିତ ନାୟକ, ରାମଚନ୍ଦ୍ର ରାମ, କୁର୍ତ୍ତିବାସ ରାମ, ମନୋରଞ୍ଜନ ପାଢ଼ୀ, ଉଦିତ୍ ନାୟକ, ଶମ୍ଭୁନାଥ ସିଂ, ପ୍ରଦୀପ ରାମ, ବିଷ୍ଣୁ ପ୍ରସାଦ ରାମ, ବାବୁଲି ରାମ, ରୋହିତ ରାମ, ସରୋଜ ରାମ, ମିଟୁନୁ ରାମ, ପରମେଶ୍ୱର ରାମ, ଖଗେଶ୍ୱର ରାମ, ବିଶ୍ୱଜିତ ନାୟକ, ପ୍ରହଲ୍ଲାଦ ସିଂ, ବାଙ୍କୁ ରାମ, ସତ୍ୟନାରାୟଣ ରାମ, ବିଷ୍ନୁପ୍ରିୟା ପାଢ଼ୀ,ସୁପ୍ରଭା ରାମ, କମଳା ରାମ, ଡଲିରାଣୀ ରାମ, ବାସନ୍ତୀ ରାମ, ମଣି ବେହେରା, ଟିକି ରାମ, ମିନତୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।