୫ ଜିଲ୍ଲାରେ ଦେଢଲକ୍ଷ ଲୋକ ଉପକୃତ :ଗ୍ରାମାଞ୍ଚଳ ପାଇଁ ବରଦାନ ସାଜିଛି ଟିପିଏନଓଡିଏଲ ଭ୍ରାମ୍ୟମାଣ ଆମ୍ବୁଲାନ୍ସ,  

୫ ଜିଲ୍ଲାରେ ଦେଢଲକ୍ଷ ଲୋକ ଉପକୃତ :ଗ୍ରାମାଞ୍ଚଳ ପାଇଁ ବରଦାନ ସାଜିଛି ଟିପିଏନଓଡିଏଲ ଭ୍ରାମ୍ୟମାଣ ଆମ୍ବୁଲାନ୍ସ,  


ଯାଜପୁର: ନିଜର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଦିଗରେ ସର୍ବଦା ଗୁରୁତ୍ୱ ଦେବା ସହ ସାମାଜିକ ଦାୟିତ୍ୱବୋଧତା ତଥା ସିଏସଆର ବିନିଯୋଗ କ୍ଷେତ୍ରରେ ‘ଟିପିଏନଓଡିଏଲ’ ଗୁରୁଦାୟିତ୍ୱ ବହନ କରୁଛି । ଉପାନ୍ତ ଓ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡି ଜନସାଧାରଣଙ୍କ ପାଇଁ ବରଦାନ ସାଜିଛି । ବିଗତ କିଛି ବର୍ଷ ମଧ୍ୟରେ ୧ଲକ୍ଷ ୪୦ ହଜାର ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇଛି ଟିପିଏନଓଡିଏଲ । ଟିପିଏନଓଡିଏଲ ପକ୍ଷରୁ ମାଗଣା ମୋବାଇଲ ସ୍ୱାସ୍ଥ୍ୟ ସେବା ନିମିତ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବାଲେଶ୍ୱର ଜିଲା ସମେତ ଯାଜପୁର, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜ ଜିଲାର ଜନ ସାଧାରଣଙ୍କ ପାଇଁ ଆରମ୍ଭ କରାଯାଇଛି । ପ୍ରତ୍ୟେକ ଜିଲାପାଇଁ ଗୋଟିଏ ଲେଖାଏଁ ମୋଟ ୫ଟି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଉପଲବ୍ଧ କରାଯାଇଥିବା ବେଳେ ଏଯାବତ ମୋଟ ୧୨୮୭ଟି ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜନ କରାଯାଇଛି । ଆମ୍ବୁଲାନ୍ସ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପଲବ୍ଧ ନଥିବା ଆଦିବାସୀ, ଉପାନ୍ତ ଓ ଗ୍ରାମାଞ୍ଚଳ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଉଛି । ଆମ୍ବୁଲାନ୍ସ ଗୁଡିକରେ ଅତ୍ୟାବଶ୍ୟକୀୟ ଚିକିତ୍ସା ଉପକରଣ ଓ ଔଷଧ ସହ ଜଣେ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ, ଏଏନଏମ ଏବଂ ଡ୍ରାଇଭର ନିଯୋଜିତ ହୋଇଛନ୍ତି । ଚିକିତ୍ସା ସେବା ସହିତ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନ କରିବା ଦିଗରେ ମଧ୍ୟ ଏହି ଆମ୍ବୁଲାନ୍ସ କାର୍ଯ୍ୟକରୁଛି । ଏସମ୍ପର୍କରେ ସୂଚନା ଦେଇ ଟିପିଏନଓଡିଏଲ ସିଇଓ ଦ୍ୱିଜଦାସ ବସକ କହିଛନ୍ତି ଯେ ଆମେ ଅଭିଜ୍ଞ ଡାକ୍ତର, ଫର୍ମାସିଷ୍ଟ ଏବଂ ଅନ୍ୟ କର୍ମଚାରୀ ପ୍ରତ୍ଯେକ ଆମ୍ବୁଲାନ୍ସରେ ନିଯୋଜିତ କରିଛୁ । ଏହି ଆମ୍ବୁଲାନ୍ସ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି । ଆବଶ୍ୟକ ସ୍ଥଳେ ଚିକିତ୍ସା ସେବା ଓ ଔଷଧ ଯୋଗାଉଥିବା ବେଳେ ଏ ସମସ୍ତ ପ୍ରକ୍ରିୟା ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ସମ୍ପାଦିତ ହେଉଛି ।