ଡାକ୍ତର ସମସ୍ୟା ନେଇ ମନ୍ତ୍ରୀ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ

 ବେତନଟୀ : ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ଦିନରୁ ଡାକ୍ତର ଅଭାବ ଲାଗି ରହିଥିବା ବେଳେ ବଡ଼ସାହି ବିଧାୟକ ସନାତନ ବିଜୁଳି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଦୁଇ ଜଣ ଡାକ୍ତରଙ୍କୁ ବେତନଟୀ ଡାକ୍ତରଖାନାରେ ସରକାରଙ୍କ ଚିଠି ନମ୍ବର ୨୭୩୬୬ରେ ନିଯୁକ୍ତି ଦିଆଯାଇଥିଲା । ହେଲେ ଡାକ୍ତରଖାନାରେ ଭେଷଜ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଥିବାବେଳେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଯୋଗ ଦେଇନଥିଲେ । ଏହି ଅଭିଯୋଗ ନେଇ ୩୫ ନମ୍ବର ମଣ୍ଡଳ ସମ୍ପାଦକ ଜୀବନ କୁମାର ପରିଡ଼ା ମୟୂରଭଞ୍ଜ ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମରେ ଆସିଥିବା  ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଓ ବିଧାୟକ ସନାତନ ବିଜୁଳିଙ୍କ ଦୃଷ୍ଟି ଆକର୍ଷଣ କରିବା ଡାକ୍ତର ସମସ୍ୟା ନେଇ ଆଲୋଚନା କରିଥିଲେ । ଏହି ଆଲୋଚନାରେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ରବୀନ୍ଦ୍ର ମହାନ୍ତି, ଯୁବନେତା ବିକାଶ ଦାସ, ଚନ୍ଦ୍ରଶେଖର ବେରା, ପ୍ରଶାନ୍ତ ନାଥ, ବୀର କିଶୋର ବିଶ୍ୱାଳ, ସଞ୍ଜୀବ ଜେନା, କେଶବ ନାଥ, ମନୋଜ କୁମାର ପଣ୍ଡାଙ୍କ ସମେତ ବେତନଟୀ ମଣ୍ଡଳର କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ ।