ଗିରଫ ହେବେ ୱେଷ୍ଟଇଣ୍ଡିଜ ବୋଲର ଶାମର!
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଶାମର ଜୋସେଫଙ୍କ ବିରୋଧରେ ଦୁଷ୍କର୍ମ, ଯୌନ ନିର୍ଯାତନା, ଉତ୍ପୀଡ଼ନ ଏବଂ ପ୍ରଲୋଭନର ଅଭିଯୋଗ ଆଣିଛନ୍ତି ୧୧ ମହିଳା । ଗୁୟାନାର କାଇଟିଉର ନୁ୍ୟଜର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଜୋସେଫ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ବାରବାଡୋସ ଟେଷ୍ଟରେ ସେ ୯ଟି ୱିକେଟ ନେଇଥିଲେ । ରକେଟ ବୋଲିଂ କରି ସେ ବେଶ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ଜୋସେଫଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ କ୍ରିକେଟ କ୍ୟାରିୟରକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି ।
ରିପୋର୍ଟ ଅନୁସାରେ, ପୀଡ଼ିତମାନଙ୍କ ମଧ୍ୟରୁ ଜଣେ ୧୮ ବର୍ଷୀୟା ଯୁବତୀ । ୨୦୨୩ରେ ବର୍ବାଇସର ନୁ୍ୟ ଆମଷ୍ଟରଡାମରେ ତାଙ୍କ ବାସଭବନରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ପରିବାର ଅନୁଯାୟୀ, ଶାମର ତାଙ୍କୁ ‘ସାମାଜିକ ସେବା' ବାହାନାରେ ଉଠାଇ ନେଇଥିଲେ ଏବଂ ସେଠାରେ ବଳାକôାର କରିଥିଲେ । ମାମଲାକୁ ଚପାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଖବର ପ୍ରକାଶିତ ହେବା ପରେ, ଅଧିକ ମହିଳା ଆଗକୁ ଆସି ଜୋସେଫ ବିରୋଧରେ ଅଭିଯୋଗ କରିଥିଲେ । ପୀଡିତାମାନଙ୍କ ମଧ୍ୟରୁ ଜଣେ ଏହା ମଧ୍ୟ ରିପୋର୍ଟ କରିଛନ୍ତି ଯେ ଶାମର ମାମଲା ସମାଧାନ ପାଇଁ ଟଙ୍କା ପ୍ରଦାନ କରିଥିଲେ କିନ୍ତୁ ପରିବାର ମନା କରିଥିଲେ ।
ତଥାପି ନୂଆ ଅଭିଯୋଗ ଉପରେ ମାମଲା ରୁଜୁ ହୋଇନାହିଁ । କିନ୍ତୁ ରିପୋର୍ଟରେ ଦାବି କରାଯାଇଛି ଯେ କମ୍ ବୟସର ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଶାମରଙ୍କୁ ଗିରଫ କରାଯାଇଥିଲା । ଏହା ବ୍ୟତୀତ ଅଷ୍ଟ୍ରେ୍ରଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜର ପ୍ରଥମ ଟେଷ୍ଟ ସମୟରେ ଏହି ଅଭିଯୋଗଗୁଡ଼ିକୁ ସାର୍ବଜନୀନ କରାଯାଇଥିଲା ।