ଗଞ୍ଜେଇ ଜବତ, ଦୁଇ ଗିରଫ
ଫୁଲବାଣୀ: ଫୁଲବାଣୀ ସଦର ଅବକାରୀ ମୋବାଇଲ ଟିମ୍ ପୃଥକ ସ୍ଥାନରେ ଚଢ଼ାଉ କରି ଦୁଇଟି କାରରୁ ୫୦ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସଦର ଥାନା ବିଶିପଡା ଅଞ୍ଚଳର ନିରଞ୍ଜନ ବେହେରା ଓ ଫିରିଙ୍ଗିଆ ଥାନା ଖଜୁରୀପଡାର ଅନନ୍ତ ବେହେରା । ମିଳିଥିବା ସୂଚନା ଅନୁସାରେ ନିରଞ୍ଜନ ଏକ କାର(ଓଡି ୦୨ଏଫ ୮୨୭୩)ରେ ବିଶିପଡା ପଟୁ ଫୁଲବାଣୀ ଆଡେ ଆସୁଥିଲେ । କୌଣସି ସୁତ୍ରରୁ ଖବରପାଇ ଅବକାରୀ ଟିମ୍ ତାଙ୍କୁ ଗଡପଦର ଛକ ପାଖରେ ଅଟକାଇ ଯାଞ୍ଚ କରିଥିଲେ । ଗାଡି ଚେଚିସ ଭିତରୁରୁ ୪୦ ଗଞ୍ଜେଇ ବାହାରିଥିଲା । ନିରଞ୍ଜନଙ୍କୁ ପଚରା ଉଚରା ବେଳେ ଗଞ୍ଜେଇ ଫିରିଙ୍ଗିଆରୁ ଭୁବନେଶ୍ୱର ଯାଉଥିବା ଜଣାପଡିଛି । ସେହିପରି ଫିରିଙ୍ଗିଆ ଥାନା ଖଜୁରୀପଡା ଗାଁର ଅନନ୍ତ ବେହେରା କାର(ଓଆର ୦୨ବିବି ୩୬୯୭)ରେ ଆସୁଥିଲେ । ଅବକାରୀ ଟିମ୍ ତାଙ୍କୁ ଗଞ୍ଜୁଗୁଡା ଛକରେ ଅଟକାଇ ଯାଂଚ କଲା ବେଳେ ଗାଡିରୁ ୧୦ କେଜି ଗଞ୍ଜେଇ ମିଳିଥିଲା । ଏନେଇ ବିଭାଗ ପକ୍ଷରୁ ୭୭/୨୪ ଓ ୭୮/୨୪ ରେ ଦୁଇଟି ମାମଲା ରୁଜୁ ହୋଇଛି । ଅବକାରୀ ଇନ୍ସପେକ୍ଟର ଅନନ୍ତ ବେହେରା, ଏସ୍ଆଇ ଭବାନୀ ଶଙ୍କର ସେଠୀ, ଏଏସ୍ଆଇ ସୁଜିତ କୁମାର ମୁଦୁଲି, ଭୃଗୁପତି ଦିଗାଲ, କନଷ୍ଟେବଳ ସଦାଶିବ ରଣା ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ ।